ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ୯ଜଣ ବାଂଲାଦେଶୀଙ୍କୁ ଭାରତ ଉଦ୍ଧାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶେଖ୍‌ ହସୀନା

Advertisment
ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ୯ଜଣ ବାଂଲାଦେଶୀଙ୍କୁ ଭାରତ ଉଦ୍ଧାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶେଖ୍‌ ହସୀନା

Image Courtesy of India Today

ନୂଆଦିଲ୍ଲୀ: ‘ଅପରେସନ୍‌ ଗଙ୍ଗା’ରେ ଭାରତ ୯ଜଣ ବାଂଲାଦେଶୀ ନାଗରିକଙ୍କୁ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ସ୍ଥାନାନ୍ତରଣ କରିଥିବାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ରୁଷ୍‌ ଆକ୍ରମଣ କରିବା ପରଠାରୁ ପାକିସ୍ତାନ, ନେପାଳ ଏବଂ ତୁନିସିଆର ସମେତ ଅ‌ନ୍ୟ କେତେକ ରାଷ୍ଟ୍ରର ନାଗରିକ, ବିଶେଷକରି, ୟୁକ୍ରେନ୍‌ରେ ଫସି ରହିଥିବା ଶିକ୍ଷାର୍ଥୀମାନଙ୍କୁ ‘ଅପରେସନ୍‌ ଗଙ୍ଗା’ ନାମିତ ସ୍ଥାନାନ୍ତରଣ ଅଭିଯାନରେ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ଆଜି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ୧୪ଶ ଦିବସରେ ପ୍ରବେଶ କରିଥିବା ବେଳେ ଆଜି ସକାଳ ପାଇଁ ରୁଷ୍‌ ଅସ୍ତ୍ରବିରତି ଘୋଷଣା କରିଥିବାରୁ ୟୁକ୍ରେନ୍‌ର ସୁମିରୁ ‘ଗ୍ରିନ୍‌ କରିଡର୍‌’ ଯୋଗେ ଜନସ୍ଥାନାନ୍ତରଣ ଚାଲିଛି। ଗତ ରାତିରେ ବିମାନ ଆକ୍ରମଣ ଯୋଗୁଁ ୨୨ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ସୁମି ଆଞ୍ଚଳିକ ରାଜ୍ୟ ପ୍ରଶାସନର ଡିମିତ୍ରି ଝିଭିତ୍‌ସ୍କି କହିଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ପିଲା।

publive-image Image Courtesy of India Today

ପୂର୍ବ ୟୁକ୍ରେନ୍‌ର ସେଭେରୋଦୋନେସ୍କତ୍‌କରେ ମଧ୍ୟ ୧୦ଜଣ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରାଯାଇଥିବା କଥା ‘ଏପିଏଫ୍‌’ ରିପୋର୍ଟ କରିଛି। ଝିତୋମିର୍‌ରେ ଗୋଟାଏ ଡର୍ମିଟାରି ଉପରେ ରୁଷୀୟ ବିମାନ ଆକ୍ରମଣ ଯୋଗୁଁ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିବା ସହ ଆଉ ୩ଜଣ ଆହତ ହୋଇଛନ୍ତି।

ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ୧୧ଜଣ ପିଲାଙ୍କ ସହ ସେମାନଙ୍କ ପିତାମାତାଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଇଜ୍ରାଏଲ୍‌କୁ ସ୍ଥାନାନ୍ତର କରାଯାଇଛି। ସ୍ନାଇଡର୍‌ ଚିଲ୍‌ଡ୍ରେନ୍ସ୍‌ ହସ୍ପିଟାଲ୍‌ରେ ସେମାନଙ୍କର ଚିକିତ୍ସା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe