(Photo Credits: IANS)
ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଜାତୀୟ କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କର ନିଗାମବୋଧ ଘାଟଠାରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଦୀକ୍ଷିତଙ୍କ ମରଶରୀରକୁ ଜୁଲାଇ ୨୧ ଅପରାହ୍ନରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ସତ୍କାର କରାଯାଇଛି। ଶୀଲାଙ୍କ ପରଲୋକରେ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି। ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବାକୁ ଦିଲ୍ଲୀର ନିଗାମବୋଧ ଘାଟଠାରେ ହଜାର ହଜାର ଲୋକଭିଡ଼ ଦେଖିବାକୁ ମିଳିଥିଲା।
ଶୀଲାଙ୍କ ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍ ଆଦି ଶୀଲା ଦୀକ୍ଷିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଶେଷ ସମ୍ମାନ ଅର୍ପଣ କରିଛନ୍ତି।
ଦୀକ୍ଷିତ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦୀର୍ଘ ୧୫ ବର୍ଷ କାଳ ଦିଲ୍ଲୀର ଶାସନ ଭାର ସମ୍ଭାଳି ଥିଲେ ଦୀକ୍ଷିତ। ପନ୍ଦର ବର୍ଷ କାଳ ଶାସନ କ୍ଷମତାରେ ରହିବାରେ ସେ ପ୍ରଥମ। ଶନିବାର ୮୧ ବର୍ଷ ବୟରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି।
Follow Us