ସର୍ଭେ ରିପୋର୍ଟରେ ଖୁଲାସା: କେବଳ ଶିବଲିଙ୍ଗ ନୁହେଁ, ଜ୍ଞାନବାପି ମସଜିଦ ଭିତରେ ଅଛି ପଦ୍ମ, ତ୍ରିଶୁଳ, ଡମ୍ବୁର ଓ ‌ସାପଫଣା

ସର୍ଭେ ରିପୋର୍ଟରେ ଖୁଲାସା: କେବଳ ଶିବଲିଙ୍ଗ ନୁହେଁ, ଜ୍ଞାନବାପି ମସଜିଦ ଭିତରେ ଅଛି ପଦ୍ମ, ତ୍ରିଶୁଳ, ଡମ୍ବୁର ଓ ‌ସାପଫଣା

ବାରାଣସୀ: ଜ୍ଞାନବାପି ମସଜିଦକୁ ନେଇ ରହସ୍ୟ ଘନେଇବାରେ ଲାଗିଛି। ପ୍ରଥମେ ମସଜିଦ ଭିତରୁ ଶିବଲିଙ୍ଗ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ମସଜିଦ୍ ଭିତରୁ ପଦ୍ମ, ତ୍ରିଶୁଳ, ଡମ୍ବୁର, ଶେଷନାଗଙ୍କ ଫଣାର ଭଗ୍ନାବଶେଷ ମିଳିଥିବା କୁହାଯାଉଛି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଅଜୟ ମିଶ୍ରା କହିଛନ୍ତି ଯେ, ଏହି ସପ୍ତାହ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜ୍ଞାନବାପି ମସଜିଦର ସର୍ଭେ କରାଯାଇଥିବା ବେଳେ ଭିତରୁ ବହୁ ବର୍ଷ ପୁରୁଣା ଜିନିଷ ମିଳିଛି। ହିନ୍ଦୁ ଦେବୀଦେବତାଙ୍କ ପଦ୍ମ, ତ୍ରିଶୁଳ, ଡମ୍ବରୁ ଓ ଶେଷନାଗଙ୍କ ସାପ ଫଣାର ଭଗ୍ନାବଶେଷ ମିଳିଛି।

ସେ କହିଛନ୍ତି ଯେ, ମନ୍ଦିର ଭିତରେ ଥିବା ଅଳିଆ ଭିତରେ ହିନ୍ଦୁ ଦେବୀଦେବତାଙ୍କ ପଦ୍ମ, ତ୍ରିଶୁଳ, ଡମ୍ବୁର ଓ ଶେଷନାଗଙ୍କ ସାପ ଫଣାର ଭଗ୍ନାବଶେଷ ମିଳିଛି। ତାହା ପ୍ରାୟ ୫୦୦-୬୦୦ବର୍ଷ ପୁରୁଣା ହୋଇଥିବା ଭଳି ମନେ ହେଉଥିଲା । ମୋ‌ତେ ଭିତରକୁ ଯିବାକୁ ଦିଆଗଲା ନାହିଁ ବୋଲି ମୁଁ ଭଲ କରି ଦେଖିପାରିଲି ନାହିଁ।

publive-image indiatoday

ଅନ୍ୟପକ୍ଷରେ ଅଦାଲତଙ୍କଦ୍ବାରା ନିଯୁକ୍ତ ସ୍ବତନ୍ତ୍ର ସହକାରୀ କମିସନର୍‌ ବିଶାଳ ସିଂହ ଅଦାଲତରେ ସର୍ଭେ ରିପୋର୍ଟ ଦାଖଲ କରିବା ବେଳେ ଉଭୟ ପକ୍ଷର ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। ଲଫାପା ମଧ୍ୟରେ ଗୋଟାଏ ‘ଭିଡିଓ ଚିପ୍‌’ ଥିବା କଥା ମଧ୍ୟ ସେ କହିଛନ୍ତି। ମସ୍‌ଜିଦ୍‌ ପରିସରରେ ଭିଡିଓ ଉତ୍ତୋଳନ କରିଥିବା ଟିମ୍‌ ୧୦/୧୫ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟକୁ ଗୋଟାଏ ବନ୍ଦ ଲଫାପାରେ ଦାଖଲ କରିଛନ୍ତି। ରିପୋର୍ଟ ଦାଖଲ ହୋଇଥିଲେ ବି ଆଜି ଶୁଣାଶି ହୋଇନାହିଁ। ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରୁଥିବା ଆଡ୍‌ଭୋକେଟ୍‌ ଏଚ୍‌ଏସ୍‌ ଜୈନ ଡାକ୍ତରଖାନାରେ ଥିବାରୁ ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe