ଶିଗେରୁ ଇଶିବା ଜାପାନର ନୂଆ ପ୍ରଧାନମନ୍ତ୍ରୀ, ଅକ୍ଟୋବର ପହିଲାରେ ନେବେ ଶପଥ

Advertisment

ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ ପଞ୍ଚମ ପ୍ରୟାସରେ ନିର୍ବାଚନ ଜିତି ଜାପାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଫୁମିଓ କିଶିଡ଼ାଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ।

ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ ପଞ୍ଚମ ପ୍ରୟାସରେ ନିର୍ବାଚନ ଜିତି ଜାପାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଫୁମିଓ କିଶିଡ଼ାଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ।

ggdjdgjdjg

ଟୋକିଓ: ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ ପଞ୍ଚମ ପ୍ରୟାସରେ ନିର୍ବାଚନ ଜିତି ଜାପାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଫୁମିଓ କିଶିଡ଼ାଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ଅକ୍ଟୋବର ପହିଲାରେ କିଶିଡ଼ା ଆନୁଷ୍ଠାନିକ ଭାବେ ଏହି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସିଗେରୁ ଇଶିବା ଜାପାନର ୧୦୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ଶିଗେରୁ ଇଶିବା କଠୋରବାଦୀ ଜାତୀୟତାବାଦୀ ସାନା ତାକାଇଚିଙ୍କୁ ପରାସ୍ତ କରି ଅପ୍ରତ୍ୟାଶିତ ଭାବେ ବିଜୟୀ ହୋଇଛନ୍ତି। 

ଜାପାନର ଯୁଦ୍ଧ ପରବର୍ତ୍ତୀ ରାଜନୈତିକ ଦୃଶ୍ୟପଟରେ ଆଧିପତ୍ୟ ବଜାୟ ରଖିଥିବା ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍‌ଡିପି)ର ନେତା ଭାବରେ ଇଶିବା ସଂସଦରେ ଦଳର ସଂଖ୍ୟାଗରିଷ୍ଠତା କାରଣରୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ। ଅଗଷ୍ଟମାସରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ାଙ୍କ ନେତୃତ୍ବାଧୀନ ଏଲ୍‌ଡିପିର ଅନୁମୋଦନ ରେଟିଂ ରେକର୍ଡ ନିମ୍ନସ୍ତରକୁ ଖସିବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ଘୋଷଣା କରିଥିଲେ। ଏହାପରେ ନୂଆ ପ୍ରଧାନମନ୍ତ୍ରୀ ପାଇଁ ଦୌଡ଼ ଆରମ୍ଭ ହୋଇଥିଲା। ବିଶେଷକରି ଜାପାନର ଘନିଷ୍ଠ ସହଯୋଗୀ ରାଷ୍ଟ୍ର ଆମେରିକା ସହ କୂଟନୀତି ପ୍ରତି ଶିଗେରୁ ଇଶିବାଙ୍କ ଆଭିମୁଖ୍ୟ ଉପରେ ତୀକ୍ଷ୍ଣ ନଜର ରହିବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe