ନୂଆଦିଲ୍ଲୀ: ପତ୍ନୀଙ୍କଠାରୁ ଅଲଗା ହେବା ପରେ ଏବେ ପ୍ରେମରେ ପଡ଼ିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧୱନ। ଚାମ୍ପିଅନ୍ସ ଟ୍ରଫି-୨୦୨୫ ସମୟରେ ଧୱନଙ୍କୁ ଜଣେ ରହସ୍ୟମୟୀ ମହିଳାଙ୍କ ସହିତ ବସିଥିବାର ଦେଖାଯାଇଥିଲା। ତା’ପରେ ଦାବି କରାଯାଇଥିଲା ଯେ ମହିଳାଙ୍କ ନାମ ସୋଫି ସାଇନ୍, ଯିଏ ଆୟରଲ୍ୟାଣ୍ଡର ନାଗରିକ। ଏହା ପରଠାରୁ ଦୁହେଁ ପ୍ରେମ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଥିଲା। ଏବେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି।

Advertisment

ବିଦେଶୀନିଙ୍କୁ ବିବାହ କରିବେ ଶିଖର

ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ଶୈଳୀ ପାଇଁ ଜଣାଶୁଣା, "ଗବ୍ବର" ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହିତ ବିବାହ କରିବେ ବୋଲି ଜଣାପଡ଼ିଛି। ଦୁହେଁ ବହୁତ ଦିନ ଧରି ଏକାଠି ଥିବା ବେଳେ ଏବେ ବିବାହ କରିବାକୁ ନିଷ୍ପତ୍ତି ‌ନେଇଛନ୍ତି।

ସୋଫି ସାଇନ୍ କିଏ?

ସୋଫି ସାଇନ୍ ଆୟର୍ଲାଣ୍ଡର ଜଣେ product consultant। ସେ ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ମାର୍କେଟିଂ ଏବଂ Management ପାଠପଢ଼ିଥିଲେ। ସେ ବର୍ତ୍ତମାନ ଆବୁଧାବିରେ ଥିବା ଏକ ପ୍ରମୁଖ ଆର୍ଥିକ ସେବା କମ୍ପାନୀ, ନର୍ଦର୍ଣ୍ଣ ଟ୍ରଷ୍ଟ କର୍ପୋରେସନରେ ଦ୍ୱିତୀୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।

ଫେବ୍ରୁଆରିରେ ହେବ ବିବାହ

ମିଡିଆ ରିପୋର୍ଟ ଅନୁଯାୟୀ, ଶିଖର ଧୱନ ଏବଂ ସୋଫି ସାଇନଙ୍କ ବିବାହ ଫେବ୍ରୁଆରିର ତୃତୀୟ ସପ୍ତାହରେ ହେବ। ଏହି ବିବାହ ଦିଲ୍ଲୀ-ଏନସିଆରରେ ଅନୁଷ୍ଠିତ ହେବ। ବିବାହରେ କେବଳ ନିକଟତମ ପରିବାର ସଦସ୍ୟ ଏବଂ କିଛି ମନୋନୀତ ବନ୍ଧୁ ଯୋଗଦେବେ।

ପ୍ରଥମ ବିବାହ ଏବଂ ଛାଡପତ୍ର

ଏହା ଶିଖର ଧାୱନଙ୍କ ଦ୍ୱିତୀୟ ବିବାହ ହେବ। ସେ ପୂର୍ବରୁ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ସେମାନେ ୨୦୧୨ ମସିହାରେ ବିବାହ କରିଥିଲେ ଏବଂ ପରେ ସେମାନଙ୍କର ପୁଅ ଜୋରାବର ଜନ୍ମ ନେଇଥିଲା। ମତଭେଦ ଯୋଗୁଁ ସେମାନେ ଅଲଗା ହୋଇଗଲେ ଏବଂ ଅକ୍ଟୋବର ୨୦୨୩ରେ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଲେ।

ଆହୁରି ପଢ଼ନ୍ତୁ: Trump Reveals His Plan: ଭେନେଜୁଏଲାର ଭବିଷ୍ୟତ ପାଇଁ ନିଜର ଯୋଜନା ପ୍ରକାଶ କଲେ ଟ୍ରମ୍ପ୍