ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ପତ୍ନୀ ଶିଳ୍ପା ଶେଟ୍ଟୀ

Advertisment
ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ପତ୍ନୀ ଶିଳ୍ପା ଶେଟ୍ଟୀ

image credit : DNAindia

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ହେପାଜତ ଅବଧି ଜୁଲାଇ ୨୭ତାରିଖ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି | ତେବେ ଶିଳ୍ପାଙ୍କ ସ୍ୱାମୀ ଗିରଫ ହେବା ପରଠାରୁ ଶିଳ୍ପା ଶେଟ୍ଟୀଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଉଛି ଏବଂ ତାଙ୍କ ଉପରେ ମିମସ ପୋଷ୍ଟ କରାଯାଉଛି। ତେବେ ରାଜ ଗିରଫ ହେବା ପରଠାରୁ ଶିଳ୍ପା ପ୍ରଥମ ଥର ପାଇଁ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଏକ ବହିର କିଛି ଲେଖାକୁ ସ୍ଥାନିତ କରିଛନ୍ତି |

publive-image

ବହିରେ ଲେଖା ଅଛି ଯେ 'ମୁଁ ଜୀବିତ ଏବଂ ଭାଗ୍ୟବାନ ବୋଲି ଜାଣି ମୁଁ ଏକ ଗଭୀର ନିଶ୍ୱାସ ନେଉଛି। ମୁଁ ପୂର୍ବରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ମୁଁ ବଞ୍ଚିବି | ଆଜି ମୋତେ ଜୀବନ ବଞ୍ଚାଇବାକୁ କେହି ବିଭ୍ରାନ୍ତ କରିପାରିବେ ନାହିଁ। ’ସୂଚନା ଥାଉ କି ହେପାଜତକୁ ଯାଇଥିଲେ ମଧ୍ୟ ରାଜ କୌଣସି ପ୍ରଶ୍ନର ଉତ୍ତର ଠିକ ଭାବରେ ଦେଉନଥିବା ସହ ଅଶ୍ଳୀଳ ଫିଲ୍ମ ତିଆରି କରୁନଥିଲେ ବୋଲି କହିଥିଲେ | ଯାଞ୍ଚରେ ସହଯୋଗ କରୁନଥିବାରୁ କ୍ରାଇମ ବ୍ରାଞ୍ଚ ହେପାଜତର ଅବଧି ବଢାଇବା ପାଇଁ କୋର୍ଟରେ ଆବେଦନ କରିବ ବୋଲି କହିଥିଲା |

ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜୁଲାଇ ୨୭ତାରିଖ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ହେପାଜତକୁ ପଠାଯାଇଛି | ତେବେ ଯାଞ୍ଚ କରୁଥିବା ଅଧିକାରୀମାନେ ରାଜଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ଦାବି କରିଛନ୍ତି। ଏହା ସହ ଅଧିକାରୀମାନେ କହିଛନ୍ତି ଯେ, ରାଜ କୁନ୍ଦ୍ରା ଅଗଷ୍ଟ ୨୦୧୯ରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ ଏବଂ ସେଥିରୁ କୋଟି ଟଙ୍କା ରୋଜଗାର କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe