ଫେରିଲା କରୋନା: ପଜିଟିଭ୍‌ ଚିହ୍ନଟ ହେଲେ ଶିଳ୍ପା ସିରୋଦକର୍‌

୨୦୨୦ ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା। ଏସିଆରେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି। ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି।

ଗଚଭଗ

ନୂଆଦିଲ୍ଲୀ:  ୨୦୨୦ ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା। ଏସିଆରେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି। ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି। ଏବେ ଏହି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା ସିରୋଦକର୍‌। 

ଅଭିନେତ୍ରୀ ଶିଳ୍ପା ସୋସିଆଲ ମିଡିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ଯେ ସେ କରୋନା ଦ୍ବାରା ଆକ୍ରାନ୍ତ ବୋଲି। ସେ କୋଭିଡ୍ -୧୯ ପରୀକ୍ଷା କରି ପଜିଟିଭ୍ ଅଛନ୍ତି ବୋଲି ତାଙ୍କ ପୋଷ୍ଟରେ ପ୍ରକାଶ କରିଛନ୍ତି। 

ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶିଳ୍ପା ଏକ ନୋଟ୍ ସେୟାର କରିଥିଲେ। ଯେଉଁଥିରେ ଲେଖାଥିଲା, "ନମସ୍କାର ! ମୋର କୋଭିଡ୍ ପଜିଟିଭ୍ ପରୀକ୍ଷା ହୋଇଛି ଓ ମୁଁ ପଜିଟିଭ୍‌ ଚିହ୍ନଟ ହୋଇଛି। ସୁରକ୍ଷିତ ରୁହନ୍ତୁ ଏବଂ ସମସ୍ତେ ମାସ୍କ ପିନ୍ଧନ୍ତୁ! - ଶିଳ୍ପା ସିରୋଡକର।" କ୍ୟାପସନରେ ସେ ଲେଖିଛନ୍ତି, "ସୁରକ୍ଷିତ ରୁହନ୍ତୁ।"

ପ୍ରଶଂସକମାନେ ଶିଳ୍ପା ସିରୋଡକରଙ୍କ ଶୀଘ୍ର ଆରୋଗ୍ୟ କାମନା କରି କମେଣ୍ଟ୍‌ କରିଛନ୍ତି।  ଅନେକ ତାଙ୍କୁ ସଚେତନତା ପ୍ରସାର କରିଥିବା ପାଇଁ ଧନ୍ୟବାଦ ଦେଇଛନ୍ତି ଏବଂ ଅନ୍ୟମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ସତର୍କ ରହିବାକୁ କହିଛନ୍ତି।

ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, "ଶୀଘ୍ର ସୁସ୍ଥ ହୁଅନ୍ତୁ।" ଆଉ ଜଣେ କହିଥିଲେ, "ଶିଲ୍ପା ଜୀ, ନିଜର ଯତ୍ନ ନିଅନ୍ତୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe