ଆଜି ଇସ୍ତଫା ଦେଇପାରନ୍ତି ସିନ୍ଦେ

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସନ୍ତାକାଲି ଇସ୍ତଫା ଦେଇପାରନ୍ତି। କିନ୍ତୁ ନୂଆ ସରକାର ଗଠନ ‌ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳର କର୍ମକର୍ତ୍ତାମାନେ ସୋମବାର କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସନ୍ତାକାଲି ଇସ୍ତଫା ଦେଇପାରନ୍ତି। କିନ୍ତୁ ନୂଆ ସରକାର ଗଠନ ‌ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳର କର୍ମକର୍ତ୍ତାମାନେ ସୋମବାର କହିଛନ୍ତି।

ମୋଦୀଙ୍କ ସଫଳତାକୁ ହିମାଳୟ ସହ ତୁଳନା କଲେ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସନ୍ତାକାଲି ଇସ୍ତଫା ଦେଇପାରନ୍ତି। କିନ୍ତୁ ନୂଆ ସରକାର ଗଠନ ‌ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳର କର୍ମକର୍ତ୍ତାମାନେ ସୋମବାର କହିଛନ୍ତି। ଶିବସେନାର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ସିନ୍ଦେ ମଙ୍ଗଳବାର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିବେ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ଶପଥ ଗ୍ରହଣ ନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବରେ ରହିବେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୋମବାର ସ୍ପଷ୍ଟ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବର୍ତ୍ତମାନ କୌଣସି ଫର୍ମୁଲା ଉପରେ ଆଲୋଚନା ଚାଲିନାହିଁ ଏବଂ ମହାୟୁତି ସହଯୋଗୀମାନେ ମିଳିତ ଭାବେ ନିଷ୍ପତ୍ତି ନେବେ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଏନ୍‌ସିପି ନେତା ରାଜ୍ୟ ବିଧାନସଭା ନିର୍ବାଚନରେ ମହାୟୁତିକୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ଜନାଦେଶ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିଧାନସଭାରେ ବିରୋଧୀ ଦଳର ନେତା ପଦ ଦାବି ପାଇଁ ଏମ୍‌ଭିଏ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ମଧ୍ୟ ନାହିଁ। ତେବେ ସେ ଆଶ୍ୱାସନା ଦେଇଛନ୍ତି ଯେ ଫଡନାଭିସ ଓ ସିନ୍ଦେ ବିରୋଧୀ ଓ ଅନ୍ୟ ବିଧାନସଭା ସଦସ୍ୟମାନଙ୍କୁ ସମ୍ମାନ ଦେବାର ପରମ୍ପରାକୁ ବଜାୟ ରଖିବେ। ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇଥିବାରୁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୃଢ଼ ଦାବିଦାର ଭାବେ ବିବେଚନା କରାଯାଉଛି। କ୍ୟାବିନେଟ୍ ଗଠନ ସମ୍ପର୍କରେ ପାୱାର କହିଛନ୍ତି ଯେ ତିନି ଦଳ ପଦ ଆବଣ୍ଟନ ନେଇ ନିଷ୍ପତ୍ତି ନେବେ। ନଭେମ୍ବର ୨୭ ସୁଦ୍ଧା ସରକାର ଗଠନ ନ ହେଲେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ହେଉଥିବା ଗୁଜବକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe