ନୂଆଦିଲ୍ଲୀ: ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏବଂ ଦେବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଭୟଙ୍କ ଶପଥ ଗ୍ରହଣ ପରେ ଏନ୍ସିପି ନେତା ଶରଦ ପାୱାର କହିଛନ୍ତି, ସିନ୍ଦେ ତାଙ୍କ ଦକ୍ଷତା ଦେଖାଇଛନ୍ତି ଏବଂ ସଫଳ ହୋଇଛନ୍ତି। ଯେଉଁମାନେ ସିନ୍ଦେଙ୍କ ସହ ଆସାମ ଯାଇଥିଲେ ସେମାନେ ତାଙ୍କ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦେଖିବେ ବୋଲି ଆଶା ରଖିଥିଲେ। ବିଜେପିରେ ଥରେ ଦିଲ୍ଲୀ ଓ ନାଗପୁରରୁ ଯେଉଁ ନିର୍ଦ୍ଦେଶ ଆସେ ତାକୁ ବିନା ସାଲିସରେ ପାଳନ କରାଯାଏ। ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ହେବା ନେଇ ପାୱାର କହିଛନ୍ତି, ତାଙ୍କ ମୁହଁରୁ ଦେଖାଯାଉଛି ଯେ ସେ ଅଧିକ ଖୁସି ନାହାନ୍ତି। କିନ୍ତୁ ଆରଏସଏସ ଶୀର୍ଷ ନେତୃବୃନ୍ଦଙ୍କ ଠାରୁ ତାଙ୍କୁ ଯେଉଁ ନିର୍ଦ୍ଦେଶ ଆସିଛି ତାଙ୍କୁ ତାହା ପାଳନ କରିବାକୁ ପଡ଼ିବ। ତେବେ ଶିବସେନା ଶେଷ ହୋଇଯିବ ବୋଲି ମୁଁ ଭାବୁନାହିଁ। ସେନା ପୂର୍ବରୁ ଅନେକ ବିଦ୍ରୋହ ସାମ୍ନା କରିଛି ବୋଲି ପାୱାର କହିଛନ୍ତି।
ସିନ୍ଦେ ଦକ୍ଷତା ଦେଖାଇଲେ, ସଫଳ ହେଲେ: ପାୱାର
Advertisment
Follow Us