ଉଦ୍ଧବଙ୍କ ନିବେଦନ ପରେ ସିନ୍ଦେଙ୍କ ଜବାବ; ପୁଅ ଦୁର୍ବ୍ୟବହାର କରୁଛି, ଆପଣଙ୍କୁ ସମର୍ଥନ ଦରକାର

ଉଦ୍ଧବଙ୍କ ନିବେଦନ ପରେ ସିନ୍ଦେଙ୍କ ଜବାବ; ପୁଅ ଦୁର୍ବ୍ୟବହାର କରୁଛି, ଆପଣଙ୍କୁ ସମର୍ଥନ ଦରକାର

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଧୀରେ ଧୀରେ ସତ ହେବାରେ ଲାଗିଲାଣି। ବିଜେପି ଯେଉଁଭଳି ଭାବେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ‌ଯୋଗାଉଛି, ସେଥିରୁ ତାହା ପ୍ରମାଣ ହୋଇଛି। ବିଜେପିର ପ୍ରସ୍ତୁତିକୁ ଦେଖି ନିଜ ପଦବୀକୁ ବଞ୍ଚାଇବା ପାଇଁ ବିଦ୍ରୋହୀଙ୍କୁ ପୁଣି ଥରେ ନିଜ ସହ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏନେଇ ସେ ଆଜି ବିିଦ୍ରୋହୀଙ୍କୁ ମୁମ୍ବାଇ ଆସି ତାଙ୍କ ସହ ଆଲୋଚନା କରିବାର ପ୍ରସ୍ତାବ ଦେଇଥିଲେ।

ଉଦ୍ଧବ ଠାକରେ କହିଥିଲେ ଯେ ଜଣେ ମୁଖିଆ ଭାବରେ ମୁଁ କେବଳ କହିପାରିବି ଯେ ଏବେ ବି ବିଳମ୍ବ ହୋଇନାହିଁ। ଆପଣମାନେ ମୁମ୍ବାଇକୁ ଆସି ମୋ ସାମ୍ନାରେ ବସନ୍ତୁ ଏବଂ ନିଜର ସନ୍ଦେହ ଦୂର କରନ୍ତୁ। ଆମେ ନିଶ୍ଚିତ ଭାବରେ ଏକାଠି ହୋଇ କିଛି ଗୋଟେ ବାଟ ବାହାର କରିପାରିବା। ଶିବସେନା ଆପଣଙ୍କୁ ଯେଉଁ ସମ୍ମାନ ଦେଇଛି ତାହା ଅନ୍ୟ କେଉଁଠାରେ ମିଳିବ ନାହିଁ।

ଏବେ ଏହାର ଜବାବ ରଖିଛନ୍ତି ଏକନାଥ ସି‌ନ୍ଦେ। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପୁଅ ଆଦିତ୍ୟ ଠାକରେ ଏବଂ ତାଙ୍କ ସମର୍ଥନରେ ଥିବା ବିଧାୟକ ବିଦ୍ରୋହୀ ବିଧାୟକଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଗତ କିଛି ଦିନ ମଧ୍ୟରେ ଆମକୁ ଅନେକ ସମାଲୋଚନା କରିଛନ୍ତି ଏବଂ ଆମ ପାଇଁ ଖରାପ ଶବ୍ଦ ବ୍ୟବହାର କରାଯାଇଛି। ହେଲେ ଏ‌ସବୁ ପ‌ରେ ବି ମୁଖ୍ୟମନ୍ତ୍ରୀ ସମର୍ଥନର ଆଶା ରଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe