୨୪ ଘଣ୍ଟାରେ ପଦବି ହରାଇବେ ସିନ୍ଦେଙ୍କ ସମର୍ଥକ ମନ୍ତ୍ରୀଗଣ: ସଂଜୟ ରାଉତ

ଆପଣଙ୍କ ଦାମ୍ଭିକତା ମାତ୍ର ୪ ଦିନ ତିଷ୍ଠିବ: ସଞ୍ଜୟ ରାଉତଙ୍କ ଘର ବାହାରେ ବ୍ୟାନର୍‌

Image Courtesy of India Today

ମୁମ୍ବାଇ : ଶିବସେନା ସାଂସଦ ସଂଜୟ ରାଉତ ଆଜି ବିଦ୍ରୋହୀ ଶିବସେନା ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି। ସଂଜୟ ରାଉତ କହିଛନ୍ତି, ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଥିବା ମହାରାଷ୍ଟ୍ର ମନ୍ତ୍ରୀମାନେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ପଦବି ହରାଇବେ। ଆଜି ଏକ ମରାଠି ନ୍ୟୁଜ୍‌ ଚ୍ୟାନେଲ୍‌ରେ ଟିପ୍ପଣୀ ରଖି ରାଉତ କହିଛନ୍ତି, ବିଦ୍ରୋହୀ ମନ୍ତ୍ରୀଙ୍କୁ ବହିଷ୍କାର କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ରାଉତ କହିଛନ୍ତି, ଗୁଲାବରାଓ ପାଟିଲ, ଦାଦା ଭୁସେ ସନ୍ଦିପନ ଭୁମରେଙ୍କ ପରି ମନ୍ତ୍ରୀଙ୍କୁ ବିଶ୍ବସ୍ତ ଶିବସେନା କର୍ମୀ ବିବେଚନା କରାଯାଇଥିଲା ଏବଂ ସେମାନଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରାଯାଇଥିଲା। କିନ୍ତୁ ସେମାନେ ଭୁଲ୍‌ ବାଟରେ ଗଲେ। ୨୪ ଘଣ୍ଟାରେ ସେମାନେ ସେମାନଙ୍କ ପଦବି ହରାଇବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶିବସେନାରେ ବ‌ିଦ୍ରୋହ ଦମନ ପାଇଁ ଉଦ୍ଧବ ଠାକରେଙ୍କ ସମର୍ଥକମାନେ ଗୁଣ୍ଡାଗିରିକୁ ଓହ୍ଲାଇ ଆସିଛନ୍ତି ବୋଲି ଅମରାବତୀ ସାଂସଦ ନବନୀତ ରାଣା କହିଛନ୍ତି। ମହାରାଷ୍ଟ୍ରରେ ହିଂସା ଓ ଅରାଜକତା ଆରମ୍ଭ ହୋଇଯାଇଛି। ଆଗକୁ ବଡ଼ ଅନର୍ଥ ରୋକିବା ପାଇଁ ରାଷ୍ଟ୍ରପତି ଶାସନ ଜାରି ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe