ନରା ସହରରେ ଭାଷଣ ଦେବା ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼

Advertisment
ନରା ସହରରେ ଭାଷଣ ଦେବା ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼

Image Courtesy of The Times Times

ନୂଆଦିଲ୍ଲୀ: ଆଜି ନରା ସହରରେ ଭାଷଣ ଦେଉଥିବା ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼ ହୋଇଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଖବର ପ୍ରସାରଣକାରୀ ‘ଏନ୍‌ଏଚ୍‌କେ’ ରିପୋର୍ଟ ଅନୁସାରେ, ପଶ୍ଚିମ ଜାପାନର ନରା ସହରରେ ନିର୍ବାଚନ ପ୍ରଚାର ଭାଷଣ ଦେଉଥିବା ବେଳେ ରକ୍ତାକ୍ତ ହୋଇ ପଡ଼ିଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେ‌ତେବେଳେ ବନ୍ଧୁକ ଫୁଟିବା ପରି ଶବ୍ଦ ଶୁଭିଥିଲା। ଘଟଣାସ୍ଥଳରେ ପୁଲିସ ସନ୍ଦିଗ୍ଧ ୪୨ ବର୍ଷିୟ ବ୍ୟକ୍ତିଜଣଙ୍କୁ ଗିରଫ କରିବା ସହ ସେ ଗୁଳିଚଳାଇଥିବା ବନ୍ଧୁକଟିକୁ ଜବତ କରିଛି।

ଅଚେତ ହୋଇ ପଡ଼ିଯାଇଥିବା ଶିଞ୍ଜୋଙ୍କ ଜୀବନ ରକ୍ଷା କରିବା ଲାଗି ଘଟଣାସ୍ଥଳରେ ଥିବା ‘ପାରା ମଡେିକ୍‌’ମାନେ ମଧ୍ୟ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ।

publive-image Image Courtesy of India Today

ଘଟଣାସ୍ଥଳରେ ଉପସ୍ଥିତ ଥିବା ‘ଏନ୍‌ଏଚ୍‌କେ’ର ଜଣେ ରିପୋର୍ଟର୍‌ କହିଛନ୍ତି, ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ରେ ଆବେ ଭାଷଣ ଦେଉଥିବା ବେଳେ ସେମାନେ କ୍ରମାଗତ ଦୁଇ ଥର ବିସ୍ଫୋରଣ ଶବ୍ଦ ଶୁଣିଥିଲେ।

ଗୁଳି ଚୋଟରେ ଆହତ ୬୭ ବର୍ଷିୟ ଆବେଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ। ତାଙ୍କ ଛାତିରେ ଗୁଳିମାଡ଼ ହୋଇଥିବା କଥା କେତେକ କହୁଛନ୍ତି।

ବିଦେଶୀ ଗଣମାଧ୍ୟମଗୁଡ଼ିକର ସଦ୍ୟତମ ସୂଚନା ଅନୁସାରେ, ତାଙ୍କଠାରେ ଜୀବନ ଥିବାର କୌଣସି ସଙ୍କେତ ଦେଖାଯାଉ ନାହିଁ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ହୃଦ୍‌ଘାତ ହୋଇଥିବା କଥା ଜାପାନ ଅଗ୍ନିଶମ ବିଭାଗ ସୂଚନା ଦେଇଛି ବୋଲି ‘ଏନ୍‌‌ଏଚ୍‌କେ’ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe