ଟୋକିଓ: ଜାପାନରେ ଝଡ଼ ତୋଫାନ ଜାରି ରହିଥିବା ବେଳେ ଲୋକେ ଏହାକୁ ଭୃକ୍ଷେପ ନକରି ନୂଆ ସରକାର ଗଠନ ପାଇଁ ଆଜି ମତଦାନ କରିଛନ୍ତି। ଜାପାନ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଏକଜିଟ୍ ପୋଲ୍ଗୁଡ଼ିକର ପରିଣାମରୁ ଜଣାପଡ଼ିଛି। ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ଜାପାନକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କରିବାରେ ସିଂଜୋଙ୍କ ପ୍ରୟାସ ସଫଳ ହୋଇଥିବାରୁ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିବା ଦଳକୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ବିଭିନ୍ନ ସଂସ୍ଥା ପୂର୍ବାନୁମାନ କରିଛନ୍ତି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ପ୍ରବଳ ବର୍ଷା ଯୋଗୁଁ ମତଦାନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ଏହା ସତ୍ତ୍ୱେ ଆଶାୁନୁରୂପ ମତଦାନ ହୋଇଥିବା ଜଣାପଡ଼ିଛି ।
ସିଂଜୋ ଆବେଙ୍କ ବିପୁଳ ବିଜୟ ସମ୍ଭାବନା
Advertisment
Follow Us