ଗୁରୁପୂର୍ଣ୍ଣିମାରେ ଶିରିଡ଼ି ସାଇ ମନ୍ଦିରର ଦାନ ବାକ୍ସରୁ ସଂଗୃହୀତ ହେଲା ୬,୪୦,୯୫,୩୦୫ ଟଙ୍କାର ଦାନ

ଗୁରୁପୂର୍ଣ୍ଣିମାରେ ଶିରିଡ଼ି ସାଇ ମନ୍ଦିରର ଦାନ ବାକ୍ସରୁ ସଂଗୃହୀତ ହେଲା ୬,୪୦,୯୫,୩୦୫ ଟଙ୍କାର ଦାନ

ଶିରିଡ଼ି (ମହାରାଷ୍ଟ୍ର): ଗତ ୨୭ ତାରିଖ ଶୁକ୍ରବାର ଦିନ ପବିତ୍ର ଗୁରୁପୂର୍ଣ୍ଣିମା ପାଳନ ଅବସରରେ ମହାରାଷ୍ଟ୍ରର ପ୍ରସିଦ୍ଧ ଶିରିଡ଼ି ସାଇ ମନ୍ଦିରରେ ୬କୋଟି ୪୦ ଲକ୍ଷ ୯୫ ହଜାର ୩୦୫ ଟଙ୍କା ମୂଲ୍ୟର ଦାନ ମନ୍ଦିରର ଦାନବାକ୍ସ ମଧ୍ୟରୁ ସଂଗ୍ରହ କରାଯାଇଛି। ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ କର୍ତ୍ତୃପକ୍ଷ ମନ୍ଦିର ଦାନବାକ୍ସ ମଧ୍ୟରୁ ୧୩.୮୩ ଲକ୍ଷ ଟଙ୍କାର ଅଳଙ୍କାର, ୬.୪୧ ଲକ୍ଷ ଟଙ୍କାର ନଗଦ ଅର୍ଥ, ୧୧.୨୫ର ବୈଦେଶିକ ମୁଦ୍ରା ସଂଗ୍ରହ କରିଥିବା ଜାଣିବାକୁ ମିଳିଛି।

publive-image

ପବିତ୍ର ଗୁରୁପୂର୍ଣ୍ଣିମା ପାଳନ ଉପଲକ୍ଷେ ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ଶିରିଡ଼ି ଠାରେ ହୋଇଥିଲା। ଭକ୍ତମାନେ ଦିନ ତମାମ୍‌ ଲମ୍ବା ଲାଇନ୍‌ରେ ଠିଆ ହୋଇ ଶିରିଡ଼ି ସାଇ ବାବାଙ୍କର ଦର୍ଶନ କରିବା ସହ ସାଇଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଅବସରରେ ଭକ୍ତମାନେ ବାବାଙ୍କ ପ୍ରତି ନିଜର ଭକ୍ତି ଓ ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ଏହି ସମସ୍ତ ଅଳଙ୍କାର ଓ ନଗଦ ଅର୍ଥ ରାଶିକୁ ବାବାଙ୍କ ଦାନ ବାକ୍ସରେ ଦାନ କରିଥିଲେ। ଗରୁପୂର୍ଣ୍ଣିମା ପାଳନ ଉପଲକ୍ଷେ ମନ୍ଦର ସମେତ ସମଗ୍ର ଶିରିଡ଼ି ଧାମକୁ ପ୍ରଚୁର ଫୁଲରେ ସଜା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe