କୋଭିଡ୍‌-୧୯ ଲକ୍‌ଡାଉନ୍‌ ପାଇଁ ଶିରିଡ଼ି ସାଇବାବା ମନ୍ଦିରର ଆୟ ହ୍ରାସ

Advertisment
ଶିରିଡି ସାଇଙ୍କ ହୁଣ୍ଡିକୁ ଦାନ ଆକାରରେ ମିଳିଛି ୩ କୋଟିର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ

DNAIndia

ଶିରିଡ଼ି: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶରିଡ଼ି ସାଇବାବା ମନ୍ଦିରର ଆୟ କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ ପାଇଁ ପ୍ରଭାବିତ ହୋଇଛି। ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସିଇଓ କାନହୁରାଜ ବାଗ୍‌ତେ କହିଛନ୍ତି ଯେ ଲକ୍‌ଡାଉନ କାରଣରୁ ମନ୍ଦିରରେ ଭକ୍ତ ଓ ପରିଦର୍ଶକଙ୍କ ସଂଖ୍ୟା କମ୍‌ ଥିବାରୁ ମନ୍ଦିରର ମୋଟ ଆୟ ହ୍ରାସ ପାଇଛି।
ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ସିଇଓ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚ ୧୭ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମନ୍ଦରର ଆୟ ୧୧୫.୧୬ କୋଟି ରହିଛି। ଗତ ବର୍ଷ ଏହି ଅବଧି ମଧ୍ୟରେ ମନ୍ଦିରର ଆୟ ଥିଲା ୨୮୯.୫୫ କୋଟି।
ସିଇଓ କହିଛନ୍ତି ଯେ ମନ୍ଦିର ବନ୍ଦ ଥିବାରୁ ଟ୍ରଷ୍ଟ ଅନ୍‌ଲାଇନ୍‌ ଦାନ ଭାବରେ ୧୧.୪୭ କୋଟି ପାଇଛି। ଗତ ବର୍ଷ ମନ୍ଦିରକୁ ୮.୮୬୮ କିଲୋଗ୍ରାମ ସୁନା ଏବଂ ୧୯୪ କିଲୋଗ୍ରାମ ରୂପା ଅଳଙ୍କାର ଦାନ ଆକାରରେ ମିଳିଥିଲା। କିନ୍ତୁ, ଲକ୍‌ଡାଉନ ସମୟରେ ଏହା ମାତ୍ର ୧୬୨ ଗ୍ରାମ ସୁନା ଏବଂ ୨.୬ କିଲୋଗ୍ରାମ ରୂପା ମନ୍ଦରକୁ ମିଳିଛି ବୋଲି ସେ କହିଛନ୍ତି।
ଅପରପକ୍ଷରେ, ଟ୍ରଷ୍ଟ ମନ୍ଦିରର ପରିଚାଳନା ପାଇଁ ୫୫ କୋଟି ଖର୍ଚ୍ଚ କରିଛି ବୋଲି ସେ କହିଛନ୍ତି ଏବଂ ୫,୫୦୦ କର୍ମଚାରୀଙ୍କ ଦରମା ବାବଦକୁ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କୋଭିଡ-୧୯କୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୭ରୁ ଭକ୍ତମାନଙ୍କ ପାଇଁ ମନ୍ଦିର ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe