ମୁମ୍ବାଇ : ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁନାହାନ୍ତି। ଏଥିପାଇଁ ଅଜିତ ପାଓ୍ବାର ଗୋଷ୍ଠୀ ସହ ସଂପର୍କ କରିଛି ଶିବସେନା (ସିନ୍ଦେ ଗୋଷ୍ଠୀ) । ଏହା ବିଜେପିର ମୁଣ୍ଡବ୍ୟଥା ବଢାଇ ଦେଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ ମାଗିବା ପାଇଁ ଏକନାଥ ସିନ୍ଦେ ଶିବିର ଅଜିତ ପାୱାର ଗୋଷ୍ଠୀର ଦ୍ୱାରସ୍ଥ ହୋଇଛି। ସୋମବାର ସିନ୍ଦେ ଗୋଷ୍ଠୀ ଓ ଅଜିତ ପାୱାର ଗୋଷ୍ଠୀ ମଧ୍ୟରେ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ତେବେ ଅଜିତ ପାୱାର ଗୋଷ୍ଠୀ ଏ ନେଇ କୌଣସି ନିଷ୍ପତ୍ତି ନେଇନାହିଁ, କାରଣ ଅଜିତ ପାୱାର ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ଛାଡ଼ିବାକୁ ରାଜି ହୋଇସାରିଛି। ସେପଟେ ସିନ୍ଦେ ଗୋଷ୍ଠୀର ସାଂସଦମାନେ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନ ପାଇବାକୁ ଉଦ୍ୟମ କରୁଛନ୍ତି । ସେମାନେ ଏ ନେଇ ମୋଦୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଚେହେରାର ଚିତ୍ର ସ୍ପଷ୍ଟ ହୋଇଯିବ।
ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ ମାଗିବା ପାଇଁ ଏକନାଥ ସିନ୍ଦେ ଶିବିର ଅଜିତ ପାୱାର ଗୋଷ୍ଠୀର ଦ୍ୱାରସ୍ଥ ହୋଇଛି। ସୋମବାର ସିନ୍ଦେ ଗୋଷ୍ଠୀ ଓ ଅଜିତ ପାୱାର ଗୋଷ୍ଠୀ ମଧ୍ୟରେ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ତେବେ ଅଜିତ ପାୱାର ଗୋଷ୍ଠୀ ଏ ନେଇ କୌଣସି ନିଷ୍ପତ୍ତି ନେଇନାହିଁ, କାରଣ ଅଜିତ ପାୱାର ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ଛାଡ଼ିବାକୁ ରାଜି ହୋଇସାରିଛି।
ଏକନାଥ ସିନ୍ଦେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯେତେବେଳେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ଦେବାକୁ ଯାଇଥିଲେ, ସେତେବେଳେ ତାଙ୍କ ସହ ଉଭୟ ଡେପୁଟି ସିଏମ ଉପସ୍ଥିତ ଥିଲେ । ପରବର୍ତ୍ତୀ ସରକାର ଶପଥ ଗ୍ରହଣ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଏକନାଥ ସିନ୍ଦେଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ କହିଛନ୍ତି। ସେପଟେ ଆଜି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଛି ।
Follow Us