ଦଳର ସମସ୍ତ ପଦବୀରୁ ଏକନାଥ ସିନ୍ଦେଙ୍କୁ ହଟାଇ‌ଲେ ‘ଶିବସେନା’ ମୁଖ୍ୟ ଉଦ୍ଧବ ଠାକ୍‌ରେ

Advertisment
ମୋଦୀ ଓ ଶାହାଙ୍କୁ ନିମନ୍ତ୍ରଣ ଦେବେ ଉଦ୍ଧବ ଠାକରେ

Image Courtesy of The Financial Express

ମୁମ୍ବାଇ: ‘ବିଜେପି’ ସମର୍ଥନ ପାଇ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏକନାଥ ସିନ୍ଦେଙ୍କୁ ଶୁକ୍ରବାର ଦିନ ‘ଶିବସେନା’ ମୁଖ୍ୟ ଉଦ୍ଧବ ଠାକ୍‌ରେ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବାରୁ ଏକନାଥ ସିନ୍ଦେଙ୍କୁ ହଟାଇ ଦିଆଯାଇଛି ବୋଲି ଜାରି କରିଥିବା ବିବୃତିରେ ‘ଶିବସେନା’ କହିଛି।

ସିନ୍ଦେଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରି, ଉଦ୍ଧବ ଠାକ୍‌ରେ କହିଛନ୍ତି, ନୂଆ ମୁଖ୍ୟମନ୍ତ୍ରୀ ‘ଶିବସେନା’ର ସଦସ୍ୟ ନୁ‌ହନ୍ତି। ମୁଖ୍ୟମନ୍ତ୍ରୀ ପଦବୀକୁ ଅଢ଼େଇ ବର୍ଷ ଲେଖାଁ ବାଣ୍ଟ କରିବା ପାଇଁ ମୁଁ ୨୦୧୯ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କହିଥିଲି। ଏବେ ଯେଉଁ ଭଳି ଭାବେ ସରକାର ଗଠନ ହେଲା ଓ ତଥାକଥିତ ‘ଶିବସେନା’ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା, ସେହି ଏକା କଥା ମୁଁ ଅମିତ ଶାହଙ୍କୁ କହିଥିଲି। ଏ କାମ ସମ୍ମାନଜନକ ଭାବେ କରାଯାଇ ପାରିଥାଆନ୍ତା। ସେତେବେଳେ ‘ଶିବସେନା’ ଆନୁଷ୍ଠାନିକ ଭାବେ ଆପଣଙ୍କ ସହିତ ଥିଲା। ଏ ମୁଖ୍ୟମନ୍ତ୍ରୀ (ଏକନାଥ ସିନ୍ଦେ) ‘ଶିବସେନା’ ମୁଖ୍ୟମନ୍ତ୍ରୀ ନୁହନ୍ତି।

publive-image Image Courtesy of The Times of India

ତେଣେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ‘ବିଜେପି’ ସମର୍ଥନ ପାଇ ବିଦ୍ରୋହୀ ଶିବସେନା ବିଧାୟକମାନେ ରାଜ୍ୟରେ ସରକାର ଗଠନ କରି ସେ କୌଣସି ଭୁଲ୍‌ କରି ନାହାନ୍ତି।

ଗଣମାଧ୍ୟମକୁ ଏକନାଥ ସିନ୍ଦେ କହିଛନ୍ତି, ‘ଶିବସେନା’ ଏବଂ ‘ବିଜେପି’ର ମେଣ୍ଟ ସ୍ବାଭାବିକ କଥା। ‘ବିଜେପି’ ନେତା ଦେବେନ୍ଦ୍ର ଫଡ଼ନବୀସ ସରକାରରେ ରୁହନ୍ତୁ ବୋଲି ବିଧାୟକମାନେ ଚାହିଁଲେ। ୧୭୦ ବିଧାୟକଙ୍କ ସମର୍ଥନ ଥାଇ ଆମ ସଂଖ୍ୟା ଗରିଷ୍ଠତା ମଧ୍ୟ ଭଲ ଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ନେତାମାନେ ବିରୋଧୀ ଦଳରୁ ଶାସକ ଦଳକୁ ଚାଲିଯାଆନ୍ତି କିନ୍ତୁ, ବାଲାସାହେବ ଠାକ୍‌ରେଙ୍କ ହିନ୍ଦୁତ୍ବ ଆଦର୍ଶକୁ ଆଗେଇ ନେବା ଲାଗି ଶାସକ ଦଳ ପରିତ୍ୟାଗ କଲୁ। ମହାରାଷ୍ଟ୍ର ଏବଂ ସେମାନଙ୍କର ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ବିଧାୟକମାନେ ‘ମହା ବିକାଶ ଅଘାଡ଼ି’ ସରକାର ଛାଡ଼ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe