ପଞ୍ଜାବରେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା

ପଞ୍ଜାବରେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା

ଅମୃତସର : ଶିବସେନା ନେ‌ତା ସୁଧୀର ସୁରିଙ୍କୁ ଶୁକ୍ରବାର ଦିନ ପଂଜାବର ଅମୃତସରରେ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ରିପୋର୍ଟ ଅନୁଯାୟୀ ସୁରି ଶିବସେନା (ତକ୍‌ସାଲି)ର ସଭାପତି। ସେ ଅନ୍ୟ ନେତାମାନଙ୍କ ସହ ଧାରଣାରେ ବସିଥିବାବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅପରାଧରେ ବ୍ୟବହାର ହୋଇଥିବା ଅସ୍ତ୍ର ଜବତ ହୋଇଛି ବୋଲି ଅମୃତସର ପୁଲିସ କମିସନର ଅରୁଣ ପାଲ୍‌ ସିଂହ କହିଛନ୍ତି।

ସୁଧୀର ସୁରି ଅମୃତସର ଗୋପାଳ ମନ୍ଦିର ବାହାରେ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସୁରି ଦୀର୍ଘ ବର୍ଷ ଧରି ଅନେକ ଗ୍ୟାଙ୍ଗଷ୍ଟରଙ୍କ ହିଟ୍‌ ଲିଷ୍ଟ୍‌ରେ ଥି‌ଲେ। ପ୍ରାୟ ୮ ଜଣ ପଂଜାବ ପୁଲିସ ତାଙ୍କ ସୁରକ୍ଷା ଦାୟିତ୍ବରେ ଥି‌ଲେ। ସୁରିଙ୍କ ହତ୍ୟା ଖବର ପ୍ରସାରିତ ହେବାପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe