ହୃଦ୍‌ଘାତରେ ମୃତ୍ୟୁବରଣ କଲେ ସପରିବାର ଦୁବାଇ ବୁଲି ଯାଇଥିବା ଶିବସେନା ବିଧାୟକ ରମେଶ ଲଟ୍‌କେ

Advertisment
ହୃଦ୍‌ଘାତରେ ମୃତ୍ୟୁବରଣ କଲେ ସପରିବାର ଦୁବାଇ ବୁଲି ଯାଇଥିବା ଶିବସେନା ବିଧାୟକ ରମେଶ ଲଟ୍‌କେ

Image Courtesy of NDTV

ମୁମ୍ବାଇ: ହୃଦ୍‌ଘାତ ହେତୁ ଦୁବାଇରେ ଶିବସେନାର ମୁମ୍ବାଇ ବିଧାୟକ ୫୨ ବର୍ଷିୟ ରମେଶ ଲଟ୍‌କେଙ୍କର ମୃତ୍ୟୁ ହୋଇଯାଇଥିବା କଥା ଦଳର ଜଣେ କର୍ମକର୍ତ୍ତା କହିଛନ୍ତି।

ଶିବସେନାର ଉକ୍ତ କାର୍ଯ୍ୟକର୍ତ୍ତାଜଣକ କହିଛନ୍ତି, ସପରିବାର ଦୁବାଇ ବୁଲି ଯାଇଥିବା ବ‌େଳେ ବୁଧବାର ରାତିରେ ରମେଶ ଲଟ୍‌କେଙ୍କର ମୃତ୍ୟୁ ହୋଇଯାଇଛି।

କାର୍ଯ୍ୟକର୍ତ୍ତାଜଣକ ଗଣମାଧ୍ୟମକୁ କହିଛନ୍ତି, ତାଙ୍କର ଶବ ଭାରତକୁ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିବା ଲାଗି ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଅବଗତ କରାଇ ଦେଇଛୁ। ଗୁରୁବାର ଦିନ ଶବ ଅଣାଯିବ ବୋଲି ଆଶା।

publive-image Image Courtesy of The Economic Times

ମୁମ୍ବାଇ ପୂର୍ବ ଅନ୍ଧେରୀ ନିର୍ବାଚନ ମଣ୍ଡଳୀରୁ ଲଟ୍‌କେ ଦୁଇ ଥର ଶିବସେନା ବିଧାୟକ ହୋଇଥିଲେ। ଏହା ପୂର୍ବରୁ ଲଟ୍‌କେ ‘ବୃହନ୍ନମୁମ୍ବାଇ ମହାନଗର ନିଗମ’ର ଜଣେ କର୍ପୋରେଟର୍‌ ଥିଲେ।

ଲଟ୍‌କେଙ୍କ ମୃତ୍ୟୁ ହେତୁ ଦୁଃଖ ପ୍ରକାଶ କରି ଦଳର ମୁଖପାତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଟୁଇଟ୍‌ରେ କହିଛନ୍ତି, ରମେଶ ଲଟ୍‌କେଙ୍କର ମୃତ୍ୟୁ ସମ୍ବାଦ ଶୁଣି ଦୁଃଖିତ ଓ ମର୍ମାହତ। ତାଙ୍କର ନିରନ୍ତର ଶକ୍ତି, କୋଭିଡ୍‌ ସମୟରେ ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ନିର୍ବାଚନ ମଣ୍ଡଳୀ ସହ ତାଙ୍କର ସଂଯୋଗ ଥିଲା ଅଶେଷ। ଖୁବ୍‌ ଶୀଘ୍ର ତାଙ୍କର ପରଲୋକ ହୋଇଗଲା। ସମସ୍ତେ ତାଙ୍କର ଅନୁପସ୍ଥିତି ଅନୁଭବ କରିବେ। ତାଙ୍କ ପରିବାର, ବନ୍ଧୁ ଓ ସହକର୍ମୀମାନଙ୍କ ପ୍ରତି ମୋର ଆନ୍ତରିକ ସମବେଦନା।

ଉଲ୍ଲେଖଯୋଗ୍ୟ, ଶରଦ ପାୱାଙ୍କ ଦଳ ‘ଏନ୍‌ସିପି’ ଏବଂ ‘କଂଗ୍ରେସ’ ସହାୟତାରେ ସମ୍ପ୍ରତି ‘ଶିବସେନା’ ମହାରାଷ୍ଟ୍ରରେ କ୍ଷମତାସୀନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe