Shiv Sena MP Priyanka challenges Pakistan to respond to any attack on India with 10 times more force Photograph: (sambad.in)
କୋପେନହେଗେନ: ଅପରେସନ୍ ସିନ୍ଦୂର ବିଷୟରେ ବିଶ୍ୱକୁ ବିସ୍ତୃତ ସୂଚନା ଦେବା ପାଇଁ ଭାରତରୁ ବିଭିନ୍ନ ଦେଶକୁ ଯାଇଥିବା ପ୍ରତିନିଧିମଣ୍ଡଳୀର ଅଂଶ ଭାବରେ ରବି ଶଙ୍କର ପ୍ରସାଦଙ୍କ ଦଳ ବର୍ତ୍ତମାନ ଡେନମାର୍କ ଗସ୍ତରେ ଅଛି। ରାଜଧାନୀ କୋପେନହେଗେନରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ଶିବସେନା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଆତଙ୍କବାଦ ବିରୁଦ୍ଧରେ ମିଳିତ ବିଶ୍ୱ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ,ସିନ୍ଧୁ ଜଳ ଚୁକ୍ତି ପାକିସ୍ତାନ ପାଇଁ ଲକ୍ଷ୍ମଣରେଖା: ପୁଣି ବିଷ ଓଗାଳିଲେ ମୁନିର
ଡେନମାର୍କରେ 'ଅପରେସନ୍ ସିନ୍ଦୂର' ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହି ଅଭିଯାନ ସେହି ମହିଳାମାନଙ୍କୁ ସମର୍ପିତ, ଯେଉଁମାନଙ୍କର ସ୍ୱାମୀ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ସେ କହିଛନ୍ତି, ଏହା କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଏହା ପାକିସ୍ତାନକୁ ଏକ ଦୃଢ଼ ବାର୍ତ୍ତା ଥିଲା ଯେ, ଭାରତ ନିଜର ନାଗରିକଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବ ନାହିଁ।
ସେ କହିଛନ୍ତି, ଯଦି ତୁମେ ଆମର ଘର ନଷ୍ଟ କରିବ, ତେବେ ଆମେ ତୁମର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେବୁ। ଭାରତ ଏବେ ଚୁପ୍ ରହିବ ନାହିଁ। ଆମେ ଆମ ଦେଶକୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ପଦକ୍ଷେପ ନେବୁ।
ପ୍ରିୟଙ୍କା ଏହା ମଧ୍ୟ କହିଥିଲେ ଯେ, ଯେତେବେଳେ ସେ କାର୍ଯ୍ୟକ୍ରମ ସ୍ଥଳକୁ ଆସୁଥିଲେ, ସେତେବେଳେ ସେଠାରେ କିଛି ପତାକା ଦେଖିଥିଲେ ଯାହା ପାକିସ୍ତାନ ସମର୍ଥକ ଗୋଷ୍ଠୀଗୁଡ଼ିକର ଥିଲା।
ଏହା ଉପରେ ସେ ବ୍ୟଙ୍ଗ କରି କହିଥିଲେ ଯେ, ଯେଉଁମାନେ ଆଇଏମଏଫଠାରୁ ଋଣ ନେଉଛନ୍ତି ସେମାନେ ଏହି କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବାରେ ନିୟୋଜିତ ଅଛନ୍ତି। ଏପରି ପରିସ୍ଥିତିରେ, ଆଶା କରାଯାଉଛି ଯେ, ଆଇଏମଏଫ ଏବଂ ବିଶ୍ୱ ମଧ୍ୟ ବୁଝିପାରିବେ ଯେ, ସେମାନଙ୍କର ଟଙ୍କା କେଉଁଠିକୁ ଯାଉଛି।
ଅଧିକ ପଢ଼ନ୍ତୁ: ଓଜେଏସ୍ ପରୀକ୍ଷା ଖାତା ମୂଲ୍ୟାୟନ: ଓପିଏସ୍ସିର ଆବେଦନ ସୁପ୍ରିମକୋର୍ଟରେ ଖାରଜ
OperationSindoor | priyanka-chaturvedi | India | pakistan
Follow Us