ମହାରାଷ୍ଟ୍ର ସରକାର ଗଠନ: ବିଜେପି ନେତାଙ୍କ ରାଷ୍ଟ୍ରପତି ଶାସନ ଜାରି ବୟାନ୍‌ ଉପରେ ଜବାବ ରଖିଲା ଶିବସେନା

Advertisment
ହିନ୍ଦୁତ୍ବ, ବାବ୍ରି ମସଜିଦ୍‌ ଧ୍ବଂସ ଏବଂ ସହରର ନାମ ପରିବର୍ତ୍ତନ ପ୍ରସଙ୍ଗ: ବିଜେପି-ଶିବସେନା ମୁହାଁମୁହିଁ

(Photo Credits: IANS)

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ହେବା ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ଓ ଶିବସେନା ମଧ୍ୟରେ ଏକ ରୀତିମତ ଲଢ଼େଇ ଲାଗି ରହିଛି। ରାଜ୍ୟରେ ସରକାର ଗଠନରେ ବିଳମ୍ବ ହେଉଥିବା ହେତୁ ବିଜେପି ନେତା ସୁଧୀର ମୁଙ୍ଗାତିଓ୍ଵାରଙ୍କର ଏକ ବୟାନ ଉପରେ ଜବାବ ରଖିଛି ଶିବସେନା।

ବିଜେପି ନେତା ମୁଙ୍ଗାତିଓ୍ଵାର ତାଙ୍କର ବୟାନ ଦେଇ କହିଥିଲେ ଯେ ଯଦି ରାଜ୍ୟରେ ସରକାର ଗଠନରେ ବିଳମ୍ବ ହୁଏ ତେବେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବ। ତାଙ୍କର ଏପରି ବୟାନ ଉପରେ ଶିବସେନା ପକ୍ଷରୁ ଏକ ପ୍ରଶ୍ନ ପଚରାଯାଇଛି ଯେ ‘ରାଷ୍ଟ୍ରପତି କ’ଣ ତୁମ ପକେଟ୍‌ରେ’? ରାଜ୍ୟରେ ୫୦-୫୦ ଫର୍ମୁଲାକୁ ଗ୍ରହଣ କରୁନଥିବା ହେତୁ ଶିବସେନାର ମୁଖପାତ୍ର ବିଜେପି ଉପରେ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି।

ଏକ ଗଣମାଧ୍ୟମରେ ନିଜର ମତ ରଖି ମୁଙ୍ଗାତିଓ୍ଵାର କହିଛନ୍ତି କି ‘କ’ଣ ରାଷ୍ଟ୍ରପତି ବିଜେପି ଅଧୀନରେ ନା ରାଷ୍ଟ୍ରପତିଙ୍କ ଷ୍ଟାମ୍ପ୍‌ ବିଜେପି କାର୍ଯ୍ୟାଳୟରେ ଅଛି ଯାହାକୁ ସେ ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବେ?’

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଥିବା ବେଳେ ଶିବସେନା ୫୬ଟି ଆସନ ଜିତିଛି। ସମୁଦାୟ ୨୮୮ଟି ଆସନ ଥିବା ବେଳେ ମ୍ୟାଜିକ ନମ୍ବର ରହିଛି ୧୪୫। ଶିବସେନାର ସମର୍ଥନ ବିନା ବିଜେପି ରାଜ୍ୟରେ ସରକାର ଗଠନ କରିପାରିବ ନାହିଁ। ଏପଟେ ଏହିି ସୁଯୋଗର ଫାଇଦା ଉଠାଇ ରାଜ୍ୟରେ ଅଢ଼େଇ ବର୍ଷ ବିଜେପି ଓ ଅଢ଼େଇ ବର୍ଷ ଶିବସେନା ସରକାର ଗଠନ କରିବ ବୋଲି କହି ଶିବସନା ପକ୍ଷରୁ ୫୦-୫୦ ଫର୍ମୁଲା ଦାବି ହୋଇଛି। ଯାହାକୁ ବିଜେପି ଗ୍ରହଣ କରିବାକୁ ଅରାଜି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe