Ayodhya: People arrive for a rally at Bada Bhaktmal ki Bagiya to attend `Dharam Sabha, being organised by the Vishwa Hindu Parishad to push for the construction of the Ram temple, in Ayodhya, Sunday, Nov. 25, 2018. (PTI Photo) (PTI11_25_2018_000030B)
ନୂଆଦିଲ୍ଲୀ: ରାମ ଜନ୍ମଭୂମି ଏକ ଆବେଗିକ ପ୍ରସଙ୍ଗ ଏବଂ ଏହା ମଧ୍ୟସ୍ଥତା ଦ୍ବାରା ସମାଧାନ କରାଯାଇପାରିବ ନାହିଁ ବୋଲି ଆଜି ଶିବସେନା କହିଛି। ରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସବୁ ହିନ୍ଦୁଙ୍କ କାମନା ଥିବାରୁ ସରକାର ଏଥି ପାଇଁ ଅଧ୍ୟାଦେଶ ଆଣନ୍ତୁ ବୋଲି ଶିବସେନା ଦାବି କରିଛି। ଦେଶର ରାଜନେତା, ସରକାର ଏବଂ ସୁପ୍ରିମ୍ କୋର୍ଟ ଏହି ବିବାଦର ସମାଧାନ କରିବାରେ ଆଜି ପର୍ଯ୍ୟନ୍ତ ବିଫଳ ହୋଇଥିବାରୁ ଏବେ ୩ ଜଣ ମଧ୍ୟସ୍ଥି ଏହି ମାମଲାରେ କିଛି କରିପାରିବେ ନାହିଁ ବୋଲି ଶିବସେନା କହିଛି। ଏଭଳି ସ୍ଥିତିରେ ଅଧ୍ୟାଦେଶ ହିଁ ଏକମାତ୍ର ବିକଳ୍ପ ରହିଯାଇଛି ବୋଲି ସେନାର ମୁଖପତ୍ର ‘ସାମନା’ରେ ପ୍ରକାଶିତ ସଂପାଦକୀୟରେ କୁହାଯାଇଛି। ଯଦି ଏହି ମାମଲା ମଧ୍ୟସ୍ଥତା ଦ୍ବାରା ସମାଧାନ ହୋଇପାରିଥାନ୍ତା ତା’ହେଲେ ୨୫ ବର୍ଷ ଧରି ଏହି ବିବାଦ ଏତେ ଜଟିଳ ସ୍ଥିତିରେ ରହିଛି କାହିଁକି ବୋଲି ଶିବସେନା ପ୍ରଶ୍ନ କରିଛି। ଅଯୋଧ୍ୟା କେବଳ ଏକ ଜମି ବିବାଦ ନୁହେଁ; ଏହା ହିନ୍ଦୁଙ୍କ ଆସ୍ଥା, ବିଶ୍ବାସ ଓ ଭାବନା ସହିତ ଜଡ଼ିତ ଏକ ମୁଖ୍ୟ ପ୍ରସଙ୍ଗ ବୋଲି ଶିବସେନା କହିଛି।
Follow Us