ଏନ୍‌ଡିଏ ସହ ସମ୍ପର୍କ ତୁଟାଇ ବିରୋଧୀ ଦଳରେ ବସିବ ଶିବସେନା

Advertisment
ଏନ୍‌ଡିଏ ସହ ସମ୍ପର୍କ ତୁଟାଇ ବିରୋଧୀ ଦଳରେ ବସିବ ଶିବସେନା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ସହିତ ତୀବ୍ର ବିବାଦ ପରେ ଶିବସେନା ଏବେ ଏନ୍‌ଡିଏରୁ ଓହରିଯାଇଛି। ବିଜେପି ଏବଂ ଶିବସେନା ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଶିବସେନା ଏଣିକି ବିରୋଧୀ ଦଳରେ ରହିବ ବୋଲି ସ୍ପଷ୍ଟ କରିଦେଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏନ୍‌ଡିଏ ସଂସଦୀୟ ଦଳ ବୈଠକରେ ଶିବସେନା ସାମିଲ ହେବନାହିଁ ବୋଲି ଆଜି ଘୋଷଣା କରିଛି। ଆସନ୍ତା ସୋମବାରଠାରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ଏହା ବିରୋଧୀ ଦଳରେ ବସିବ । ବିଜେପି ସହ ପ୍ରାୟ ୩ ଦଶନ୍ଧି ଧରି ମହାରାଷ୍ଟ୍ରରେ ମେଣ୍ଟ କରିଥିବା ଶିବସେନା ଏବେ ସବୁ ସଂପର୍କ ତୁଟାଇ କଂଗ୍ରେସ ଏବଂ ଏନ୍‌ସିପି ସହିତ ହାତ ମିଳାଇଛି। ଆଜି ସେନାର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି ଯେ ପୁରୁଣା ଏନ୍‌ଡିଏ ଏବଂ ନୂଆ ଏନ୍‌ଡିଏ ମଧ୍ୟରେ ବହୁତ ଫରକ ରହିଛି। ଏନ୍‌ଡିଏର ଏବେ ଆବାହକ କିଏ ବୋଲି ରାଉତ ପ୍ରଶ୍ନ କରିଛନ୍ତି।

ଲୋକସଭାରେ ଶିବସେନାର ୧୮ ସାଂସଦ ଅଛନ୍ତି ଏବଂ ସେମାନେ ବିରୋଧୀ ଦଳରେ ବସିବେ ବୋଲି ଆଜି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। କେନ୍ଦ୍ର ସରକାରରୁ ଶିବସେନା ଓହରି ଆସିଥିବାରୁ ବିଜେପି ତଥା ଏନ୍‌ଡିଏ ସହିତ ଆମର କିଛି ସଂପର୍କ ନାହିଁ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ଇତିମଧ୍ୟରେ ମିଳିତ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ପ୍ରସ୍ତୁତ କରିସାରିଛନ୍ତି। ସପ୍ତାହକ ମଧ୍ୟରେ ନୂଆ ସରକାର ଗଠନ ପାଇଁ ଏବେ ୩ ତିନି ଦଳ ମଧ୍ୟରେ ଆଲୋଚନା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe