Image Courtesy of Zee News
ମୁମ୍ବାଇ: ଶୁକ୍ରବାର ପାହାନ୍ତା ପହରରେ ତେଲେଙ୍ଗାନା ପୁଲିସ ଚାରି ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର୍ କରିବା କଥାକୁ ଶିବସେନା ସ୍ୱାଗତ କରି କହିଛି: ଶାସ୍ତି ମିଳିଛି।
ଶନିବାର ପ୍ରକାଶିତ ଦଳର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଦଳ ଚାରି ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର୍ କରି ହତ୍ୟା କରାଯାଇଥିବା ଘଟଣାକୁ ପ୍ରଶଂସା କରି କହିଛି ଯେ ଶାସ୍ତି ମିଳିଛି। ହାଇଦ୍ରାବାଦ ପୁଲିସ ଏହି ମାମଲାର ତଦନ୍ତ, ଚାର୍ଜସିଟ୍, ଶୁଣାଣି ଏବଂ ଅଦାଲତ ତାରିଖ ଆଦି ଏଡ଼ାଇ ସଂକ୍ଷିପ୍ତ ଉପାୟ ଚୟନ କରିଛି।
Image Courtesy of The Asian Ageଚାରିଜଣ ଅଭିଯୁକ୍ତ ପୁଲିସ ହେପାଜାତରୁ ଖସି ପଳାଇବାକୁ ଉଦ୍ୟମ କରିବା ସମ୍ଭବପର ନୁହେଁ ବୋଲି ‘ସାମନା’ ସମ୍ପାଦକୀୟ ଲେଖିଥିଲେ ମଧ୍ୟ ସର୍ବସାଧାରଣଙ୍କ ଆବେଗ ସହ ଜଡ଼ିତ ଥିବା ଏ ଭଳି ନିଷ୍ପତ୍ତିକୁ ସ୍ୱାଗତ କରାଯିବା ଉଚିତ ବୋଲି ମତ ଦେଇଛି।
ସେପଟେ, ଘଟଣା ନାଟକୀୟ ମୋଡ଼ ନେଉଥିବା ବେଳେ ଡିସେମ୍ବର ୯ ତାରିଖ ସନ୍ଧ୍ୟା ୮ଟା ଯାଏଁ ଚାରି ନିହତ ଅଭିଯୁକ୍ତଙ୍କର ଶବ ସଂରକ୍ଷଣ କରି ରଖିବାକୁ ରାଜ୍ୟ ସରକାରଙ୍କୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।
ସେମାନଙ୍କୁ ଏନ୍କାଉଣ୍ଟର୍ କରି ହତ୍ୟା କରାଯିବା ଘଟଣାର ତଦନ୍ତ କରିବାକୁ ଜାତୀୟ ମାନବ ଅଧିକାର କମିସନ ଟିମ୍ ମଧ୍ୟ ଶନିବାର ଦିନ ହାଇଦ୍ରାବାଦରେ ପହଞ୍ଚିଛି।
Follow Us