Kannada Prabha
ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୋଧରେ ଫେସବୁକ୍ରେ ଏକ ଅପମାନଜନକ ଟିପ୍ପଣୀ ଦେଇଥିବାରୁ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କୁ ଲଣ୍ଡା କରିଦେଇଛନ୍ତି କିଛି ଶିବସେନା ସମର୍ଥକ। ଉକ୍ତ ବ୍ୟକ୍ତିଙ୍କୁ ହୀରାମଣି ତିୱାରୀ ବୋଲି ଚିହ୍ନଟ କରାଯାଇଛି। ଡିସେମ୍ବର ୧୯ ତାରିଖରେ ସେ ‘ରାହୁଲ ତିୱାରୀ’ ନାମରେ ତାଙ୍କ ଫେସବୁକ୍ ଆକାଉଣ୍ଟ୍ରେ ଉଦ୍ଧବଙ୍କ ବିରୋଧରେ ଏକ ପୋଷ୍ଟ୍ କରିଥିଲେ। ଡିସେମ୍ବର ୧୫ ତାରିଖରେ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଜେଏମ୍ଆଇ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଉଦ୍ଧବ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ ସହ ତୁଳନା କରିଥିଲେ। ତେବେ ଏନେଇ ହୀରାମଣି ତିୱାରୀ ଉଦ୍ଧବଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ରଖିବାରୁ ତାଙ୍କୁ ପ୍ରଥମେ ଧମକ ମିଳିଲା। ଉକ୍ତ ଘଟଣା ପରେ ସେ ବିବାଦୀୟ ଫେସବୁକ୍ ପୋଷ୍ଟ୍ ହଟାଇଦେଲେ। କିନ୍ତୁ ଗତକାଲି କିଛି ଶିବସେନା ସମର୍ଥକ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରିଦେଇଥିଲେ। ମୁମ୍ବାଇର ଶାନ୍ତି ନଗର ସ୍ଥିତ ଯୁବକଙ୍କ ବାସଭବନ ବାହାରେ ତାଙ୍କୁ ଲଣ୍ଡା କରାଯାଇଛି। ଉକ୍ତ ଘଟଣା ପରେ ୱାଦଲା ଟିଟି ପୁଲିସ ଉଭୟ ପକ୍ଷଙ୍କୁ ସିଆରପିସିର ଧାରା ୧୪୯ ଅଧୀନରେ ନୋଟିସ୍ କରିଛନ୍ତି।
  
 Follow Us