ଦୀର୍ଘ ୮୦ବର୍ଷ ପୂର୍ବେ ମିଳିଥିବା ମନ୍ଦିର ପୁଣି ମାଟିତଳେ ଲୁଚିଗଲା

Advertisment

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ବାଦଲ ଫଟା ବର୍ଷା ହେତୁ ୧୯୪୫ ମସିହାରେ ମାଟି ତଳକୁ ବାହାରିଥିବା ପ୍ରାଚୀନ ଶିବ ମନ୍ଦିର ପୁଣି ମାଟିରେ ମିଶିଲା। ସ୍ଥାନୀୟଲୋକଙ୍କ କହିବାନୁସାରେ,କ୍ଷୀରଗଙ୍ଗାର ପାଣି ପ୍ରାୟତଃ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ଶିବଲିଙ୍ଗ ଉପରେ ଝରୁଥାଏ ।

f2307fb6-180a-4116-a7df-baba9151a610

ଡେରାଡୁନ: ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ବାଦଲ ଫଟା ବର୍ଷା ହେତୁ କ୍ଷୀର ଗଙ୍ଗା ନଦୀରେ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ପ୍ରାଚୀନ ଶିବ ମନ୍ଦିରର କଳ୍ପ କେଦାର ମାଟି ତଳେ ପୋତି ହୋଇଯାଇଛି। 

ସ୍ଥାନୀୟଲୋକଙ୍କ କହିବାନୁସାରେ,କୌଣସି ଏକ ବିପର୍ଯ୍ୟୟ ଯୋଗୁଁ ଏହି ମନ୍ଦିର ମାଟି ତଳେ ପୋତି ହୋଇ ରହିଥିଲା। କେବଳ ଏହାର ଉପର ଅଂଶ ଦୃଶ୍ୟମାନ ହେଉଥିଲା। ୧୯୪୫ ମସିହାରେ ଖନନ ପରେ ଏହି ମନ୍ଦିର ଆବିଷ୍କୃତ ହୋଇଥିଲା। ମାଟି ତଳୁ ବାହାରିଥିବା ଏହି ପ୍ରାଚୀନ ଶିବ ମନ୍ଦିରର ଗଠନ କେଦାରନାଥ ମନ୍ଦିର ପରି ଥିଲା। ଏହି ମନ୍ଦିରଟି ମାଟିର ଗଭୀର ଭିତରେ ରହିଥିଲା।

ସ୍ଥାନୀୟଲୋକଙ୍କ କହିବାନୁସାରେ,କ୍ଷୀରଗଙ୍ଗାର ପାଣି ପ୍ରାୟତଃ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ଶିବଲିଙ୍ଗ ଉପରେ ଝରୁଥାଏ । ଏଥିପାଇଁ ଏକ ସ୍ବତନ୍ତ୍ର ପଥ ମଧ୍ୟ ତିଆରି କରାଯାଇଥିଲା। ପ୍ରତିଦିନ ଏହି ମନ୍ଦିରକୁ ଅନେକ ଭକ୍ତ ନିଜର ମନସ୍କାମନା ନେଇ ପୂଜା କରିବାକୁ ଆସିଥାଆନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe