ସମୁଦ୍ରରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଗଢ଼ିବା ପାଇଁ ମହାରାଷ୍ଟ୍ରକୁ ୩୬୪୩. ୭୮ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ

Advertisment
ସମୁଦ୍ରରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଗଢ଼ିବା ପାଇଁ ମହାରାଷ୍ଟ୍ରକୁ ୩୬୪୩. ୭୮ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ

ମୁମ୍ବାଇ: ମୁମ୍ବାଇ ଉପକୂଳ ଆରବ ସାଗରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଗଢ଼ିବା ଲାଗି ମହାରାଷ୍ଟ୍ରକୁ ୩୬୪୩. ୭୮ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ ଏବଂ ୨୦୨୨-୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସରକାର କହିଛନ୍ତି।

୨୦୧୮ ମସିହା ନଭେମ୍ବର ୧ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରକଳ୍ପ ରିପୋର୍ଟକୁ ଅନୁମୋଦ କରିବା ସହ ସମୁଦାୟ ଖର୍ଚ୍ଚ ୩୭୦୦. ୮୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦନ ହିସାବରେ ପ୍ରକଳ୍ପ ଲାଗି ସମୁଦାୟ ଖର୍ଚ୍ଚ ହେବାକୁ ଥିବା ଅର୍ଥରାଶିରୁ ୫୬. ୭୦ କୋଟି ଟଙ୍କା କମ୍‌ ଖର୍ଚ୍ଚ ହେବ।

୫ ବର୍ଷ ମଧ୍ୟରେ ମହାରାଷ୍ଟ୍ର ସରକାର ସମୁଦାୟ ଖର୍ଚ୍ଚ ୩୬୪୩. ୭୮ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଡିସେମ୍ବର ୧୯ ତାରିଖ ଦିନ ପ୍ରଶାସନିକ ଅନୁମୋଦ କରିଛନ୍ତି। ସର୍ଭେ ଓ ନିରାପତ୍ତା ଲାଗି ପୁଲିସ ପ୍ରବର୍ତ୍ତନ କରିବାକୁ ସରଜମିନ ତଦନ୍ତର ଖର୍ଚ୍ଚ ମଧ୍ୟ ଏହି ଅର୍ଥ ରାଶିରେ ସାମିଲ ହୋଇଛି।

ମୂର୍ତ୍ତି ଗଠନ ପାଇଁ ଲାଗିବ ୧୫୮୧ କୋଟି ଟଙ୍କା ଏବଂ ଏହା ଉପରେ ଜିଏସ୍‌ଟି ବାବଦରେ ପଡ଼ିବ ୩୦୯. ୭୨ କୋଟି ଟଙ୍କା। ନିରାପତ୍ତା ଭିତ୍ତିଭୂମି ଲାଗି ଖର୍ଚ୍ଚ ହେବ ୨୩୬ କୋଟି ଟଙ୍କା, ସ୍ଥାୟୀ ଭାବେ ଜଳ ଓ ବିଜୁଳି ଯୋଗାଣ ବ୍ୟବସ୍ଥା ଲାଗି ଖର୍ଚ୍ଚ ହେବ ୪୫ କୋଟି ଟଙ୍କା।
ଦେଖାଶୁଣା ଏବଂ ମରାମତି କରିବା ଲାଗି ଗଠନ ହେବାକୁ ଥିବା ଏସ୍‌ପିଭି ପାଇଁ ୧ କୋଟି ଟଙ୍କା ଅନୁମୋଦିତ ହୋଇଥିବା ବେଳେ ପ୍ରକଳ୍ପର ଷ୍ଟଡି ଟୁର୍‌ ନିମନ୍ତେ ବ୍ୟୟ ହେବ ୨ କୋଟି ଟଙ୍କା।

କଣ୍ଟିଜେନ୍‌ସି ପାଇଁ ୧୧୨. ୬୮ କୋଟି ଟଙ୍କା, କମ୍ପ୍ୟୁଟରାଇଜେନସ୍‌ ପାଇଁ ୫୬. ୩୪ କୋଟି ଟଙ୍କା ଏବଂ ସେଣ୍ଟେଜ୍‌ ଚାର୍ଜ ବାବଦରେ ଖର୍ଚ୍ଚ ହେବ ୧୪୦. ୮୫ କୋଟି ଟଙ୍କା। ପ୍ରକଳ୍ପର ସ୍ଥାୟୀ କନ୍‌ସଲ୍‌ଟାଣ୍ଟ୍‌ଙ୍କୁ ଦିଆଯିବ ୮୨. ୪୬ କୋଟି ଟଙ୍କା ଏବଂ ଜେଟ୍ଟି ନିର୍ମାଣ ଲାଗି ବ୍ୟୟ ହେବ ୭୬. ୭୩ କୋଟି ଟଙ୍କା।

୨୦୧୯-୨୦ ବର୍ଷରେ ମୂର୍ତ୍ତି ଓ ସମୁଦ୍ର ପାଚେରି ତିଆରି କାମ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe