ଅଖିଳେଶ ଯାଦବଙ୍କୁ ଶିବପାଲଙ୍କ ଝଟ୍‌କା: ଅୱେସିଙ୍କ ସହ ବୁଝମଣା ଚୂଡ଼ାନ୍ତ ପର୍ଯ୍ୟାୟରେ

Advertisment
ଅଖିଳେଶ ଯାଦବଙ୍କୁ ଶିବପାଲଙ୍କ ଝଟ୍‌କା: ଅୱେସିଙ୍କ ସହ ବୁଝମଣା ଚୂଡ଼ାନ୍ତ ପର୍ଯ୍ୟାୟରେ

ଲକ୍ଷ୍ନୌ: ଅଖିଳେଶ ଯାଦବଙ୍କୁ ଶିବପାଲଙ୍କ ପୁଣି ଝଟ୍‌କା। ଚନ୍ଦ୍ରଶେଖର ଆଜାଦ ନେତୃତ୍ବାଧୀନ ଭୀମ ଆର୍ମି ମଧ୍ୟ ଏସବିଏସ୍‌ପି ଅଧ୍ୟକ୍ଷ ଓମ୍‌ ପ୍ରକାଶ ରାଜଭରଙ୍କ ଦ୍ବାରା ଗଠିତ ସଂକଳ୍ପ ମୋର୍ଚ୍ଚାର ଅଂଶ ହେବ। ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏଥିରେ ସହମତି ପ୍ରକାଶ କରିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ଦୁଇ ନେତା ମିଳିତ ହେବା କଥା ଘୋଷଣା କରିବେ। ମୋର୍ଚ୍ଚାର ସ୍ବାର୍ଥ ବୃଦ୍ଧି ପାଇଁ ଓମ୍‌ ପ୍ରକାଶ ରାଜଭର ଏବଂ ଏଆଇଆଇଆ‌ଇଏମ୍‌ ଅଧ୍ୟକ୍ଷ ଅସଦୁଦ୍ଦିନ୍‌ ଅୱେସି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ସିଂହ ଯାଦବଙ୍କ ସହ ଲଗାତାର ସମ୍ପର୍କରେ ଅଛନ୍ତି। କୁହାଯାଉଛି, ଶିବପାଲ ଏବଂ ଅୱେସିଙ୍କ ସାକ୍ଷାତକାର ଅଖିଳେଶ ଯାଦବଙ୍କ ପାଇଁ ବଡ଼ ଝଟ୍‌କା। ଯଦି ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇଯିବ ତା’ହେଲେ ସପାର ଭୋଟ୍‌ବ୍ୟାଙ୍କ ବିଭାଜନ ହେବା ଥୟ। ମଙ୍ଗଳବାର ରାତିରେ ଅୱେସି ଶିବପାଲ ଯାଦବଙ୍କ ଘରକୁ ଯାଇ ସାକ୍ଷାତ ଆଲୋଚନା କରିଥିଲେ। ଦୁଇ ନେତା ଏହାକୁ ସୌଜନ୍ୟମୂଳକ ସାକ୍ଷାତ କହୁଥିଲେ ହେଁ ମୋର୍ଚ୍ଚାରେ ସାମିଲ ହେବା ପାଇଁ ଶିବପାଲଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଅବଶ୍ୟ ଶିବପାଲ ତାଙ୍କ ନିଷ୍ପତ୍ତି ସମ୍ପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି। ଚଳିତବର୍ଷ ଫେବ୍ରୁଆରି ମାସରେ ଅୱେସି ଓ ଶିବପାଲ ଯାଦବ ଆଜମଗଡ଼ରେ ଏକ ବିବାହ ଉତ୍ସବରେ ଏକାଧିକ ଥର ଘଣ୍ଟାଘଣ୍ଟା ଆଲୋଚନା କରିଥିଲେ।

ଭୀମ ଆର୍ମିର ଭାଗିଦାରୀ ସଂକଳ୍ପ ମୋର୍ଚ୍ଚାରେ ସାମିଲ ହେବା କଥା ଓମ୍‌ ପ୍ରକାଶ ରାଜଭର ସୂଚନା ଦେଇଚନ୍ତି। ସେ କହିଛନ୍ତି, ଖୁବ୍‌ ଶୀଘ୍ର ଲକ୍ଷ୍ନୌରେ ଏକଥା ଘୋଷଣା କରାଯିବ। ଏହାକୁ ନେଇ ଚନ୍ଦ୍ରଶେଖରଙ୍କ ସହ କଥାବାର୍ତ୍ତା ହୋଇସାରିଛି। ରାଜଭରଙ୍କ ବିଶ୍ବାସ, ଚନ୍ଦ୍ରଶେଖର ମୋର୍ଚ୍ଚାରେ ସାମିଲ ହେଲେ ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳରେ ମୋର୍ଚ୍ଚାର ଶକ୍ତିବୃଦ୍ଧି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe