ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଲେ ଶିବରାଜ

ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଲେ ଶିବରାଜ

DNA India

ଭୋପାଳ : ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଶିବରାଜ ସିଂ ଚୌହାନ୍‌ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇଛନ୍ତି। ମଧ୍ୟପ୍ରଦେଶ ବିଧାନସଭାରେ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକତା କରୁଥିବା ବେଳେ ଶିବରାଜ ୧୧୨ ଜଣ ବିଧାୟକଙ୍କର ସମର୍ଥନ ପାଇଥିଲେ। ତେବେ ଆଜି ବିଧାନସଭାରେ ‌ଫ୍ଲୋର ଟେଷ୍ଟ ସମୟରେ କୌଣସି କଂଗ୍ରେସ ବିଧାୟକ ଭୋଟ୍‌ଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନଥିଲେ। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାରେ ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ କମଲ୍‌ନାଥ ସରକାରଙ୍କ ପ୍ରତି ସଂକଟ ସୃଷ୍ଟି ହୋଇଥିଲା। ସୁପ୍ରିମ୍‌ କୋର୍ଟ କମଲନାଥ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେବା ପୂର୍ବରୁ କମଲନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥି‌ଲେ। ଏହାପରେ ଗତକାଲି ଶିବରାଜ ସିଂ ଚୌହାନ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe