ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ସନ୍ଧ୍ୟା ୭ରେ ଶପଥ ନେବେ ଶିବରାଜ ସିଂହ ଚୌହାନ

Advertisment
ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଲେ ଶିବରାଜ

DNA India

ଭୋପାଳ: ମଧ୍ୟପ୍ରଦେଶରେ ଆରମ୍ଭ ହୋଇଥିବା ‘ହାଇ ଭୋଲଟେଜ୍‌ ପଲିଟିକାଲ ଡ୍ରାମା’ର ଯବନିକା ପତନ ଆଜି ସନ୍ଧ୍ୟାରେ ଘଟିବା ପାଇଁ ଯାଉଛି। କ୍ଷମତା ଦଖଲ ପାଇଁ ଆରମ୍ଭ ହୋଇଥିବା ଲଢ଼େଇରେ ବିଜୟ ଲାଭ କରିବା ପରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ଦଳ ନେତା ରୂପେ ଶିବରାଜ ସିଂହ ଚୌହାନ୍‌ ଆଜି ସନ୍ଧ୍ୟା ୭ଟାରେ ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ ବୋଲି ଜାଣିବାକୁ ମିଳିଛି।

publive-image Republic World

ଉଲ୍ଲେଖଯୋଗ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର କାର୍ଯ୍ୟ ଏବଂ ବିଶେଷ କରି କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ପରେ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସମର୍ଥନ ଜଣାଇ ମଧ୍ୟପ୍ରଦେଶ ବିଧାନସଭାରେ ତାଙ୍କ ସମର୍ଥକ ରହିଥିବା ୨୨ ଜଣ ବିଧାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ଦେଇଥିଲେ। ଏବଂ ବିଜେପିରେ ଯୋଗ ଦେଇଥିଲେ। ଫଳରେ କମଲନାଥଙ୍କ ସରକାର ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ହରାଇଥିଲା। ଏବଂ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ କମଲନାଥ ଗୁରୁବାର ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ ପାଇଁ ପଥ ଉନ୍ମୁକ୍ତ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe