ରାଜ୍ୟରେ ମରୁଡ଼ି ପରିସ୍ଥିତି ଦେଖି ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

Advertisment
ରାଜ୍ୟରେ ମରୁଡ଼ି ପରିସ୍ଥିତି ଦେଖି ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

Image Courtesy of NDTV

ଭୋପାଳ: ମଧ୍ୟପ୍ରଦେଶରେ ଉପୁଜିଥିବା ମରୁଡ଼ି ପରିସ୍ଥିତି ଓ ବିଜୁଳିଶକ୍ତି ସଙ୍କଟଜନିତ ସମସ୍ୟା ସଂକ୍ରାନ୍ତରେ ରବିବାର ବିଳମ୍ବିତ ରାତ୍ରରେ ଆୟୋଜିତ ବୈଠକରେ ଯୋଗ ଦେବା ପରେ ଆଜି ପ୍ରତ୍ୟୁଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମହାକାଳେଶ୍ବର ମନ୍ଦିର ଦର୍ଶନ କରିଛନ୍ତି।

ସରକାରୀ ଅଧିକାରୀମାନ‌େ କହିଛନ୍ତି, ଜନକଲ୍ୟାଣ ଓ ଭଲ ବର୍ଷା ମନାସୀ ମୁଖ୍ୟମନ୍ତ୍ରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚୌହାନ୍‌ କହିଛନ୍ତି, ଅଗଷ୍ଟ ମାସଟା ଶୁଖା ଶୁଖାରେ ଯିବାରୁ ଏବେ ମଧ୍ୟପ୍ରଦେଶରେ ମରୁଡ଼ି ପରସ୍ଥିତି ଦେଖା ଦେଇଛି। ଫଲସ ପ୍ରତି ବିପଦ ଦେଖା ଦେଇଛି। ଭଲ ବର୍ଷା କରାଇ ଫସଲ ରକ୍ଷା କରିବା ଲାଗି ମୁଁ ମହାକାଳଙ୍କୁ ପ୍ରାର୍ଥନା କରିଛି।

publive-image Image Courtesy of LatestLY

ନିଜ ନିଜ ଗାଁ ଓ ରାଜ୍ୟରେ ଭଲ ବର୍ଷା ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ପ୍ରାର୍ଥନା ଶୁଣାଯାଏ, କାମ ବି ଦିଏ। ନିଷ୍ଠାର ସହିତ ପ୍ରାର୍ଥନା କଲେ ଈଶ୍ବର ଆଶୀର୍ବାଦ କରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏ ଅସୁବିଧା ବେଳେ ରାଜ୍ୟ ସରକାର କୃଷକମାନଙ୍କୁ ସାହାଯ୍ୟ କରିବେ। ସବୁ ସୁରୁଖୁରୁରେ ଚଳାଇବା ଆମ୍ଭମାନଙ୍କର ମିଳିତ ଦାୟିତ୍ବ।

ଅନାବୃଷ୍ଟି ଯୋଗୁଁ ରାଜ୍ୟରେ ବିଜୁଳି ଶକ୍ତି ସଙ୍କଟ ସୃଷ୍ଟି ହୋଇଥିବା କଥା ବି ସେ କହିଛନ୍ତି। ସେ କହିଛନ୍ତି, ଏ ସମୟରେ ସାଧାରଣତଃ ୮,୦୦୦-୯,୦୦୦ ମେଗାୱାଟ୍‌ ବିଜୁଳି ଶକ୍ତି ଆବଶ୍ୟକ ହୁଏ। କିନ୍ତୁ, ଚାହିଦା ୧୫,୦୦୦ ମେଗାୱାଟ୍‌କୁ ବୃଦ୍ଧି ପାଇଛି। ଫଳରେ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଣ ହୋଇ ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe