ମଧ୍ୟପ୍ରଦେଶ: ପଥରମାଡ଼କୁ ଶିବରାଜ ସରକାର କହିଲେ, ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ୧୨ କଂଗ୍ରେସ ନେତା ଗିରଫ

Advertisment
ମଧ୍ୟପ୍ରଦେଶ: ପଥରମାଡ଼କୁ ଶିବରାଜ ସରକାର କହିଲେ, ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ୧୨ କଂଗ୍ରେସ ନେତା ଗିରଫ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣଙ୍କ ଉପରେ ପଥରମାଡ଼କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ରାଜ୍ୟର ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ କହିଛନ୍ତ। ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ହତ୍ୟା କରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଥିଲା।

ଗୃହମନ୍ତ୍ରୀ ବଡ଼ ବୟାନ ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ କଂଗ୍ରେସ ନେତାମାନେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଏହି ମାମଲାରେ ଏପର୍ଯ୍ୟନ୍ତ ୧୨ ଜଣ କଂଗ୍ରେସ ନେତା ଗିରଫ ହୋଇସାରିଛନ୍ତି। ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

ରାଜ୍ୟର ଗୃହମନ୍ତ୍ରୀ କହିଛନ୍ତି, ‘ଜନ ଆଶୀର୍ବାଦ’ ଯାତ୍ରାକୁ ନେଇ କଂଗ୍ରେସ ପୂର୍ବରୁ ହିଁ ନିରାଶ ଓ ହତାଶ ଥିଲା। ଆଗରୁ ମଧ୍ୟ କଂଗ୍ରେସର ନେତା ଓ କର୍ମକର୍ତ୍ତାମାନେ ଅପଶବ୍ଦ ବ୍ୟବହାର କରୁଥିଲେ। କଂଗ୍ରେସ ନେତାମାନେ ଏବେ ହିଂସାକୁ ଆପଣାଇଛନ୍ତି।

ସୂଚନାଯୋଗ୍ୟ, ଚୁରହଟ ଠାରେ ରବିବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣ ଜନ ଆଶୀର୍ବାଦ ର‍୍ୟାଲିରେ ବାହାରିଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା। ଭାଗ୍ୟ ଭଲ ଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜଙ୍କର କୌଣସି କ୍ଷତି ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe