Shivraj Singh Chouhan, Chief Minister of Madhya Pradesh, during the Idea Exchange on Thursday. Express photo by Oinam Anand. 30 July 2015
ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ସଂକ୍ରମିତ ଥିବା ଜାଣିବା ପରେ ଗତକାଲିଠାରୁ ସେ ଚିରାୟୁ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ତେବେ ଚୌହାନ୍ ଆଜି ହସ୍ପିଟାଲ୍ରୁ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଟ୍ବିଟ୍ କରି କହିଛନ୍ତି, କରୋନାକୁ ଭୟ କରିବାର କିଛି ଆବଶ୍ୟକତା ନାହିଁ। ଯଦି କରୋନାର ଲକ୍ଷଣ ଦେଖା ଦେଉଛି ତେବେ ଏହାକୁ ଲୁଚାନ୍ତୁ ନାହିଁ। ତୁରନ୍ତ କରୋନା ଟେଷ୍ଟ୍ କରିବାକୁ ହେବ ଏବଂ ପଜିଟିଭ୍ ଥିଲେ ଚିକିତ୍ସା ଆରମ୍ଭ କରନ୍ତୁ। ଏହାଦ୍ବାରା ସହଜରେ କରୋନା ବିରୋଧରେ ଲଢ଼େଇ ଜିତି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଭଲ ଅଛନ୍ତି। କରୋନା ଯୋଦ୍ଧାମାନେ ଖୁବ୍ ସମର୍ପିତ। ଅନ୍ୟମାନଙ୍କୁ ବଞ୍ଚାଇବାପାଇଁ ନିଜ ଜୀବନକୁ ବିପଦରେ ପକାଉଥିବା କରୋନା ଯୋଦ୍ଧାମାନଙ୍କୁ ସେ ସାଲ୍ୟୁଟ୍ ମାରୁଥିବା କହିଛନ୍ତି। ରାଜ୍ୟର ସମସ୍ତ ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଥିବା କହିଛନ୍ତି। ଚୌହାନ ମଧ୍ୟ ଆଜି ହସ୍ପିଟାଲ୍ ବେଡ୍ରେ ବସି ଟିଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଦେଖୁଥିବାର ଫଟୋ ପୋଷ୍ଟ୍ କରିଛନ୍ତି ଏବଂ ମୋଦୀଙ୍କ ବାର୍ତ୍ତାକୁ ରିଟ୍ବିଟ୍ କରିଛନ୍ତି।
Follow Us