କଂଗ୍ରେସ ସହ ଦଳ ମେଣ୍ଟ କରିବା ପ୍ରତିବାଦରେ ଶିବସେନା ନେତା ନେଲେ ଏହି କଡ଼ା ପଦକ୍ଷେପ

କଂଗ୍ରେସ ସହ ଦଳ ମେଣ୍ଟ କରିବା ପ୍ରତିବାଦରେ ଶିବସେନା ନେତା ନେଲେ ଏହି କଡ଼ା ପଦକ୍ଷେପ

image-oneindia

ମୁମ୍ବାଇ: ମହାରାଷ୍ଟ୍ରରେ ଏନ ଡିଏଠାରୁ ଅଲଗା ହୋଇ ବିଜେପି ସହ ମେଣ୍ଟ ନ କରି ମୁଖ୍ୟମନ୍ତ୍ରୀ ପଦପାଇଁ କଂଗ୍ରେସ ସହ ଶିବସେନା ମେଣ୍ଟ କରିବାଫଳରେ ଅନେକ ଶିବସେନା ନେତା ଅସନ୍ତୋଷ ପ୍ରକାଶ କରିଲେଣି। ଏହି ନିଷ୍ପତ୍ତି ଶିବସୈନିକମାନଙ୍କୁ ଗ୍ରହଣୀୟ ହୋଇ ନାହିଁ ବୋଲି କହିଛନ୍ତି ଜଣେ ଶିବସେନାର ଜଣେ ବରିଷ୍ଠ ନେତା ଅରୁଣ ପାଠକ ।

ଅରୁଣ ପାଠକ କହିଛନ୍ତି ଯେ, ସେ ୧୦ ବର୍ଷ ପାଇଁ ରାଜନୀତିରୁ ଦୂରେଇ ଯାଇଛନ୍ତି। ଶିବସେନା କ୍ଷମତାର ଲୋଭରେ ହିନ୍ଦୁ ବିରୋଧୀ ବିଚାରଧାରା ରଖୁଥିବା କଂଗ୍ରେସ ସହ ମିଶି ସରକାର ଗଠନର ଯେଉଁ ଯୋଜନା କରିଛି, ତାହା ତାଙ୍କୁ ଶକ୍ତ ଧକ୍କା ଦେଇଛି।

Image result for sonia-udhav image-zee news

ଶିବସେନାର ସଂସ୍ଥାପକ ବାଲାସାହେବ ଠାକରେଙ୍କ ସମୟରେ ଦଳର ପୂର୍ବାଞ୍ଚଳର ଫାୟାର ବ୍ରାଣ୍ଡ ନେତାଥିବା ଅରୁଣ ପାଠକ ବାରାଣାସୀରେ ଗଙ୍ଗାମାତାଙ୍କୁ ସାକ୍ଷୀ ମାନି ଗାୟତ୍ରୀ ମନ୍ତ୍ର ଉଚ୍ଚାରଣପୂର୍ବକ ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏଥିସହ ସେ ହିନ୍ଦୁତ୍ୱ ପାଇଁ ଲଢେଇ ଜାରି ରଖିବା ପାଇଁ ଗଠନ କରିଛନ୍ତି ବିଶ୍ୱ ହିନ୍ଦୁସେନା। ବାରଣାସୀଘାଟରେ ଗୋ ଗାୟତ୍ରୀ ଏବଂ ଗଙ୍ଗାଙ୍କୁ ସାକ୍ଷୀ ରଖି ସେମାନେ ସଂକଳ୍ପ ନେଇଛନ୍ତି ଯେ, ବାଲାସାହେବଙ୍କ ସ୍ବପ୍ନକୁ ପୂରଣ କରାଯିବ । ଗୋମାତା, ଗଙ୍ଗାଙ୍କ ସୁରକ୍ଷା ସହ ଲଭ ଜିହାଦ,ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିବା ପାଇଁ ସେମାନେ ବିଶ୍ୱ ହିନ୍ଦୁସେନା ଗଠନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe