ସର୍ଜରୀ ପରେ ଇନଷ୍ଟାରେ ଭିଡିଓ ସେୟାର କରି ବହୁତ କଷ୍ଟରେ ଥିବା କହିଲେ ଶୋଏବ ଅଖତର

Advertisment
ସର୍ଜରୀ ପରେ ଇନଷ୍ଟାରେ ଭିଡିଓ ସେୟାର କରି ବହୁତ କଷ୍ଟରେ ଥିବା କହିଲେ ଶୋଏବ ଅଖତର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସେ ନିଜର ଅସ୍ତ୍ରୋପଚାର ପାଇଁ ଅଷ୍ଟ୍ରେଲିଆରେ ଥିବା ଜଣାପଡ଼ିଛି। ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଅଷ୍ଟ୍ରେଲିଆ ଯାଇଥିବା ଶୋଏବ ଅଖତର ଡାକ୍ତରଖାନା ବେଡରୁ ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ନିଜର ଦୁଃଖ ଜଣାଇଛନ୍ତି। ଶୋଏବ କହିଛନ୍ତି ଯେ ସେ ବର୍ତ୍ତମାନ ବହୁତ କଷ୍ଟ‌ରେ ଅଛନ୍ତି ଏବଂ ତାଙ୍କୁ ପ୍ରଶଂସକଙ୍କ ପ୍ରାର୍ଥନା ଆବଶ୍ୟକ।

୪୬ବର୍ଷିୟ ଶୋଏବ ଅଖତର ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିବା ଶୋଏବ ଅଖତର ଦୁଇ ଆଣ୍ଠୁରେ ଅସ୍ତ୍ରୋପଚାର କରିଛନ୍ତି। ଏହା ତାଙ୍କର ଶେଷ ଅସ୍ତ୍ରୋପଚାର ହେବ ବୋଲି ସେ ଆଶା କରୁଥିବା ସେ ତାଙ୍କ ଭିଡିଓରେ କହିଛନ୍ତି। ଭିଡିଓରେ ଶୋଏବ ଅଖତର କହିଛନ୍ତି ଯେ, ଉଭୟ ଆଣ୍ଠୁର ସର୍ଜରୀ ୫-୬ଘଣ୍ଟା ଧରି ଚାଲିଥିଲା। ମୁଁ ଏବେବହୁତ ଯନ୍ତ୍ରଣାରେ ଅଛି। ଏବେ ମୋତେ ଆପଣମାନଙ୍କ ପ୍ରାର୍ଥନା ଆବଶ୍ୟକ। ମୁଁ ଆହୁରି ୪-୫ବର୍ଷ ଖେଳି ପାରିଥା’ନ୍ତି। ହେଲେ ମୁଁ ଜାଣିଥିଲି ଯଦି ମୁଁ ଏହା କରେ, ତେବେ ମୋତେ ସବୁଦିନ ପାଇଁ ହ୍ବିଲ ଚେୟାରରେ ବସିବାକୁ ପଡ଼ିବ। କିନ୍ତୁ ମୁଁ ଯାହା କରିଛି, ପାକିସ୍ତାନ ପାଇଁ କରିଛି। ଯଦି ମୋତେ ସୁଯୋଗ ମିଳେ ତେବେ ମୁଁ ପୁଣି ଥରେ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe