ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସକୁ ଆଜି ଶକ୍ତ ଝଟ୍କା ଲାଗିଛି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ରାଧାକ୍ରିଷ୍ଣା ବିଖେ ପଟିଲଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା ବାଲସାହେବ ବିଖେ ପଟିଲ୍ଙ୍କ ନାତି ସୁଜୟ ବିଖେ ପଟିଲ୍ ବିଜେପିରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ବିଜେପି ରାଜ୍ୟ ସଭାପତି ରାଓସାହେବ ଦାନଭେଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସୁଜୟଙ୍କ ବିଜେପିରେ ଯୋଗଦାନ କଂଗ୍ରେସ ଦଖଲରେ ଥିବା ମହାରାଷ୍ଟ୍ରର ଅହମଦନଗରରେ କଂଗ୍ରେସ ପାଇଁ ଅଡ଼ୁଆ ହୋଇପାରେ ବୋଲି ଆଲୋଚନା ହେଉଛି।
ସୂଚନା ଥାଉ କି, ପେସାରେ ନ୍ୟୁରୋସର୍ଜନ୍ ଥିବା ସୁଜୟ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ବର୍ଷ ଆରମ୍ଭରେ ଘୋଷଣା କରିଥିଲେ। ଏପରିକି କଂଗ୍ରେସ ତାଙ୍କୁ ଟିକେଟ ନଦେଲେ ସେ ବିଜେପି ଟିକେଟ୍ରେ ଅହମଦନଗର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଆଶା ପୋଷଣ କରିଥିଲେ। ତେବେ ଆଜି ଫଡ଼ନାବିସ ସୁଜୟଙ୍କୁ ବିଜେପିକୁ ସ୍ବାଗତ କରିବା ସହ ତାଙ୍କୁ ଅହମଦନଗର ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us