‌Supreme Court: କେନ୍ଦ୍ରକୁ ଝଟକା: ଟ୍ରିବ୍ୟୁନାଲ ସଂସ୍କାର ଆଇନର ମୁଖ୍ୟ ପ୍ରାବଧାନ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ

ସୁପ୍ରିମ୍‌କୋର୍ଟ ଆଜି କେନ୍ଦ୍ର ସରକାରଙ୍କ ଟ୍ରିବ୍ୟୁନାଲ ସଂସ୍କାର ଆଇନ, ୨୦୨୧ର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନକୁ ଅସାମ୍ବିଧାନିକ ଘୋଷଣା କରିବା ସହ ଏହାକୁ ରଦ୍ଦ କରିଛନ୍ତି।

Supreme Court

Supreme Court

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଆଜି କେନ୍ଦ୍ର ସରକାରଙ୍କ ଟ୍ରିବ୍ୟୁନାଲ ସଂସ୍କାର ଆଇନ, ୨୦୨୧ର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନକୁ ଅସାମ୍ବିଧାନିକ ଘୋଷଣା କରିବା ସହ ଏହାକୁ ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ବି.ଆର୍.ଗୱାଇ ଏବଂ ବିଚାରପତି କେ.ଭି.ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୩୭ ପୃଷ୍ଠାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ମାଡ୍ରାସ ବାର୍‌ ଆସୋସିଏସନ୍‌ ଦାଖଲ କରିଥିବା ଆବେଦନ ଉପରେ ଏହି ରାୟ ଆସିଛି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ସଂସଦ ଆମ ରାୟରେ ସାମାନ୍ୟ ପରିବର୍ତ୍ତନ କରି କୋର୍ଟ ଆଦେଶକୁ ବଦଳାଇପାରିବ ନାହିଁ।

‘ସଂସଦ ଆମ ଆଦେଶକୁ ବଦଳାଇ ପାରିବ ନାହିଁ’

କାହିଁକି ପ୍ରାବଧାନ ବାତିଲ ହେଲା?

୨୦୨୦ରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନ୍ୟୂନତମ ପାଞ୍ଚ ବର୍ଷ କାର୍ଯ୍ୟକାଳ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ୨୦୨୧ରେ ଆଣିଥିବା ଆଇନରେ ଏହାକୁ ୪ ବର୍ଷ କରି ନିଯୁକ୍ତି ପାଇଁ ୫୦ ବର୍ଷର ସର୍ବନିମ୍ନ ବୟସ ବାଧ୍ୟତାମୂଳକ କରିଥିଲେ। କୋର୍ଟ ଏହାକୁ ନିଜର ପୂର୍ବ ନିର୍ଦ୍ଦେଶର ଉଲ୍ଲଙ୍ଘନ ବୋଲି କହିଛନ୍ତି। ଚାରି ବର୍ଷର ଛୋଟ କାର୍ଯ୍ୟକାଳ ଅଭିଜ୍ଞ ଲୋକଙ୍କୁ ଆକୃଷ୍ଟ କରିପାରିବ ନାହିଁ ଏବଂ ୫୦ ବର୍ଷ ବୟସସୀମା ଯୋଗ୍ୟ ଯୁବ ବିଶେଷଜ୍ଞଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦେଉଛି ବୋଲି କୋର୍ଟ ମତ ଦେଇଛନ୍ତି। ସରକାରଙ୍କୁ ନୂଆ ନିର୍ଦ୍ଦେଶ କୋର୍ଟ ସରକାରଙ୍କୁ ଚାରି ମାସ ମଧ୍ୟରେ ଏକ ସ୍ୱାଧୀନ ଜାତୀୟ ଟ୍ରିବ୍ୟୁନାଲ ସଂସ୍କାର ଆୟୋଗ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆୟୋଗ ନ୍ୟୂନତମ ୫ ବର୍ଷର କାର୍ଯ୍ୟକାଳ, ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ଏବଂ ବୟସସୀମା ହଟାଇବା ଭଳି ସୁପାରିସ କରିବ। ଏହା ଟ୍ରିବ୍ୟୁନାଲଗୁଡ଼ିକର ସ୍ୱାଧୀନତା ଓ ଦକ୍ଷତାକୁ ସୁଦୃଢ଼ କରିବ ବୋଲି କୋର୍ଟ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe