ବାଇକ୍‌ ଚାଳକଙ୍କୁ ରୋକି ହେଲ୍‌ମେଟ୍‌ କାହିଁ ବୋଲି ପଚାରିଲେ ଟ୍ରାଫିକ୍‌ ପୁଲିସ, ଉତ୍ତରରେ ଚାଳକ ପଚାରିଲେ ଆପଣଙ୍କ ହେଲ୍‌ମେଟ୍‌ କାହିଁ ସାର୍‌, ତା’ ପରେ...

ବାଇକ୍‌ ଚାଳକଙ୍କୁ ରୋକି ହେଲ୍‌ମେଟ୍‌ କାହିଁ ବୋଲି ପଚାରିଲେ ଟ୍ରାଫିକ୍‌ ପୁଲିସ, ଉତ୍ତରରେ ଚାଳକ ପଚାରିଲେ ଆପଣଙ୍କ ହେଲ୍‌ମେଟ୍‌ କାହିଁ ସାର୍‌, ତା’ ପରେ...

Dainik Bhaskar

ଚରଖୀ ଦାଦରୀ(ହରିୟାଣା): ସଡ଼କରେ ଯାତ୍ରା କରୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ନିୟମ ସରକାର ତିଆରି କରିଛନ୍ତିି । ସେ ସବୁ ନିୟମକୁ କିଛି ଲୋକ ମାନୁଛନ୍ତି ତ କିଛି ଲୋକ ଯେତେ କହିଲେ ବି ମାନୁ ନାହାନ୍ତି । କିନ୍ତୁ ବେଳେ ବେଳେ ନିୟମ ତିଆରି କରୁଥିବା ଲୋକମାନେ ହିଁ ନିୟମ ଭାଙ୍ଗୁ ଥିବା ଦେଖା ଯାଇଥାଏ । ସେଭଳି ଏକ ଘଟଣା ହରିୟାଣାର ଚରଖୀ ଦାଦରୀରେ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

publive-image

ଭିଡିଓରେ, ଚେକିଂ ଚାଲୁଥିବା ସମୟରେ ଦୁଇ ଜଣ ଟ୍ରାଫିକ୍‌ ପୁଲିସ ଜଣେ ବାଇକ୍‌ ଚାଳକଙ୍କୁ ରୋକି ଦେଉଥିବା ଦେଖା ଯାଉଛି । ରୋକିବା ସହ ତୁମ ହେଲ୍‌ମେଟ୍‌ କାହିଁ ବୋଲି ଟ୍ରାଫିକ୍‌ ପୁଲିସ ବାଇକ୍‌ ଚାଳକଙ୍କୁ ପଚାରୁଛନ୍ତି । ଏହାର ଉତ୍ତର ରଖିବା ପରିବର୍ତ୍ତେ ବାଇକ୍‌ ଚାଳକ ଟ୍ରାଫିକ୍‌ ପୁଲିସଙ୍କୁ ତୁମର ହେଲମେଟ୍‌ କାହିଁ ବୋଲି ପଚାରୁଛନ୍ତି । ଚାଳକଙ୍କ ଏଭଳି ପ୍ରଶ୍ନ ଶୁଣିବା ପରେ ଦୁଇ ଟ୍ରାଫିକ୍‌ ପୁଲିସ କିଛି ସମୟ ବିତର୍କ କରି ସେଠାରୁ ଚାଲି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe