ଜେଲ୍‌ରେ ଆପ୍‌ ମନ୍ତ୍ରୀଙ୍କୁ ମସାଜ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ଫିଜଓଥେରାପିଷ୍ଟ୍‌ ନୁହେଁ, ଦୁଷ୍କର୍ମକାରୀ ମସାଜ୍‌ କରୁଥିଲା

Advertisment
ଜେଲ୍‌ରେ ଆପ୍‌ ମନ୍ତ୍ରୀଙ୍କୁ ମସାଜ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ଫିଜଓଥେରାପିଷ୍ଟ୍‌ ନୁହେଁ, ଦୁଷ୍କର୍ମକାରୀ ମସାଜ୍‌ କରୁଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଜେଲ୍‌ରେ ଯେଉଁ ମସାଜ ସେବା ମିଳୁଛି ତାହା ଜଣେ ଫିଜିଓଥେରାପିଷ୍ଟଙ୍କ ଦ୍ବାରା କରାଯାଉଛି ବୋଲି ଆପ୍‌ ସଫେଇ ଦେଇଥିବା ବେଳେ ଅସଲରେ ଶିଶୁ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ବ୍ୟକ୍ତି ମନ୍ତ୍ରୀଙ୍କୁ ମସାଜ କରୁଥିବା ଜଣାପଡ଼ିଛି । ଏହି ତଥ୍ୟ ପ୍ରଘଟ ହେବାପରେ ମସାଜ ମାମଲାକୁ ନେଇ ଦିଲ୍ଲୀ ରାଜନୀତି ପୁଣି ସରଗରମ ହୋଇଉଠିଛି । ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ମସାଜକାରୀ ଜଣେ ଦୁଷ୍କର୍ମ ଅଭିଯୁକ୍ତ ବୋଲି ସ୍ବୀକାର କରିଛନ୍ତି। ମସାଜ କରୁଥିବା ବ୍ୟକ୍ତିର ନାମ ରିଙ୍କୁ।

ସେ ପୋକ୍‌ସୋ ଆଇନାର ଧାରା ୬ ଏବଂ ଆଇପିସିର ଧାରା ୩୭୬, ୫୦୬ ଏବଂ ୫୦୯ ଅଧୀନରେ ଅଭିଯୁକ୍ତ। ଏହି ଅଭିଯୁକ୍ତ ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛି। ଗତ ଶନିବାର ସତ୍ୟେନ୍ଦ୍ର ଜୈନ୍‌ଙ୍କ ମସାଜ ଭିଡିଓର ସିସିଟିଭି ଫୁଟେଜ ଭିଡିଓ ଭାଇରାଲ ହୋଇଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏହି ମାମଲାରେ ଜୈନ୍‌ଙ୍କ ସପକ୍ଷରେ ଦୃଢ଼ ଯୁକ୍ତି କରିଥିବା ବେଳେ ଆଜି ଜେଲ୍‌ କର୍ତ୍ତୃପକ୍ଷଙ୍କ ଦ୍ବାରା ମସାଜକାରୀଙ୍କ ପରିଚୟ ସ୍ପଷ୍ଟ କରାଯିବା ପରେ ଆପ୍‌ର ଅଡ଼ୁଆ ବଢ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe