Shocking incident in Jharkhand: ଝାଡ଼ଖଣ୍ଡରେ ଅଭାବନୀୟ ଘଟଣା: ରକ୍ତ ନେବା ପରେ ୫ ଶିଶୁ ଏଚ୍ଆଇଭି ପଜିଟିଭ୍‌

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସା ସହରରେ ଚିକିତ୍ସା ଅବହେଳାଜନିତ  ଏକ ସାଂଘାତିକ ମାମଲା ସାମନାକୁ ଆସିଛି।   ଥାଲାସେମିଆରେ ପୀଡ଼ିତ ପାଞ୍ଚ ଜଣ ଶିଶୁ ରକ୍ତ ଗ୍ରହଣ କରିବା ପରେ ଏଚ୍ଆଇଭି (ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍)  ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

dgdagdzcvvc

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସା ସହରରେ ଚିକିତ୍ସା ଅବହେଳାଜନିତ  ଏକ ସାଂଘାତିକ ମାମଲା ସାମନାକୁ ଆସିଛି।   ଥାଲାସେମିଆରେ ପୀଡ଼ିତ ପାଞ୍ଚ ଜଣ ଶିଶୁ ରକ୍ତ ଗ୍ରହଣ କରିବା ପରେ ଏଚ୍ଆଇଭି (ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍)  ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ଆତଙ୍କ ଖେଳାଇ ଦେଇଥିବା ବେଳେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।  ଝାଡ଼ଖଣ୍ଡ ହାଇକୋର୍ଟ  ଏ ସଂକ୍ରାନ୍ତରେ ବିସ୍ତୃତ   ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ମଧ୍ୟ ଏହି ଘଟଣାର ତନାଘନା ଆରମ୍ଭ କରିଛନ୍ତି।
ଶୁକ୍ରବାର  ଥାଲାସେମିଆରେ ପୀଡ଼ିତ ଏକ ସାତ ବର୍ଷର ଶିଶୁକୁ ଚାଇବାସା ସଦର ହସ୍ପିଟାଲ ରକ୍ତଭଣ୍ଡାରରେ ଏଚ୍ଆଇଭି ସଂକ୍ରମିତ ରକ୍ତ ଦିଆଯିବା ପରେ ଏହି ଘଟଣା ପ୍ରଥମେ ସାମନାକୁ ଆସିଥିଲା। ପରେ ଶନିବାର ଚାଇବାସା ସହରରୁ ଆଉ ଚାରିଟି ମାମଲା ପଦାକୁ ଆସିବା ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ସମସ୍ତ ଆକ୍ରାନ୍ତ ଶିଶୁ ସପ୍ତାହକ ମଧ୍ୟରେ ରକ୍ତ ନେଇଥିବା ବେଳେ ଏଭଳି ସାଂଘାତିକ ତ୍ରୁଟି କିଭଳି ହେଲା ତାହା ଜାଣିବାକୁ ବ୍ୟାପକ ଖୋଳତାଡ଼ ଚାଲିଛି।  ସଦର ହସ୍ପିଟାଲର ଡାକ୍ତର ସୁଶାନ୍ତ ମାଝୀ କହିଛନ୍ତି ଯେ ଦୂଷିତ ଛୁଞ୍ଚିର ସଂସ୍ପର୍ଶରେ ଆସିବା ଭଳି ଅନେକ କାରଣ ଅଛି, ଯାହା ଏଚ୍ଆଇଭି ସଂକ୍ରମଣର କାରଣ ହୋଇପାରେ। ଝାଡ଼ଖଣ୍ଡ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଦିନେଶ କୁମାରଙ୍କ ନେତୃତ୍ୱରେ ଏକ ସାତଜଣିଆ ଡାକ୍ତରୀ ଦଳ ମାମଲାର ତଦନ୍ତ କରୁଛନ୍ତି। କୁମାରଙ୍କ ସମେତ ଡା. ସିପ୍ରା ଦାସ,  ଡା.ଏସ୍ଏସ୍ ପାଶୱାନ୍, ଡା. ଭଗତ, ଜିଲ୍ଲା ସିଭିଲ୍ ସର୍ଜନ ଡ‌ା. ସୁଶାନ୍ତ ମାଝୀ, ଡା.ଶିବଚରଣ ହାଁସଦା ଏବଂ ଡା. ମିନୁକୁମାରୀ ତଦନ୍ତକାରୀ ଟିମରେ  ଅଛନ୍ତି।  କୁମାର ଗତକାଲି ଚାଇବାସା ସଦର ଡାକ୍ତରଖାନା ପରିଦର୍ଶନ କରି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେ କହିଛନ୍ତି ଯେ ସଦର ହସ୍ପିଟାଲ ବ୍ଲଡ୍‌ବ୍ୟାଙ୍କ୍‌ରେ କିଛି ତ୍ରୁଟି ପରିଲକ୍ଷିତ ହୋଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୂଷିତ ରକ୍ତ ଥାଲାସେମିଆ ରୋଗୀଙ୍କୁ ଦିଆଯାଇଛି ଏବଂ ବିଭିନ୍ନ କ୍ଷେତ୍ରରେ ସାଂଘାତିକ ତ୍ରୁଟି ହୋଇଛି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ବର୍ତ୍ତମାନ ୫୧୫ ଏଚ୍ଆଇଭି ପଜିଟିଭ୍ ମାମଲା ଥିବା ବେଳେ ୫୬ ଥାଲାସେମିଆ ରୋଗୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe