ଝାଡ଼ଖଣ୍ଡ ସ୍କୁଲ୍‌ରେ ଅଭାବନୀୟ ଘଟଣା: ସ୍କୁଲ୍‌ ସାର୍ଟରେ ‌ଲେଖିବାରୁ ୮୦ ଛାତ୍ରୀଙ୍କୁ ବିନା ସାର୍ଟରେ ଘରକୁ ପଠାଇଲେ

ଝାଡ଼ଖଣ୍ଡର ଧାନବାଦରେ ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି।  ଏକ ଘରୋଇ ସ୍କୁଲ୍‌  ପ୍ରିନ୍ସପାଲ   ଦଶମ ଶ୍ରେଣୀର ୮୦ ଜଣ ଛାତ୍ରୀଙ୍କୁ ବିନା ସାର୍ଟରେ ଘରକୁ ପଠାଇବା ଘଟଣା  ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

GùG

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଧାନବାଦରେ ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି।  ଏକ ଘରୋଇ ସ୍କୁଲ୍‌  ପ୍ରିନ୍ସପାଲ   ଦଶମ ଶ୍ରେଣୀର ୮୦ ଜଣ ଛାତ୍ରୀଙ୍କୁ ବିନା ସାର୍ଟରେ ଘରକୁ ପଠାଇବା ଘଟଣା  ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।  ଅନେକ ଅଭିଭାବକ ଏହି ଘଟଣା ନେଇ ପୁଲିସରେ ଏତଲା ଦେଇଛନ୍ତି। ଧାନବାଦର ଦିଗବାଡିହରେ ଏହି ଘଟଣା ଘଟିଛି। ଗତକାଲି ଛାତ୍ରୀମା‌ନେ ସେମାନଙ୍କ ପରୀକ୍ଷା ସରିବାପରେ  ପରସ୍ପରର ପୋଷାକରେ ବିଦ‌ାୟୀ ବାର୍ତ୍ତା ଲେଖିଥିଲେ।  

ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

କିନ୍ତୁ ସ୍କୁଲ୍‌ ପ୍ରିନ୍ସପାଲ୍‌ ଏହି ଘଟଣାପାଇଁ ଛାତ୍ରୀମାନଙ୍କୁ ଶାସ୍ତି ଦେବାପାଇଁ ସେମାନଙ୍କ ସା‌ର୍ଟ କାଢ଼ି କେବଳ ବ୍ଲେଜର୍‌ରେ ଘରକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥି‌ଲେ।  ଅଭିଭାବକମାନେ ସ୍କୁଲ ପ୍ରିନ୍ସପାଲଙ୍କ ବିରୋଧରେ ଅଭିଯୋଗ କରିବାପରେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣା  ଲଜ୍ଜାଜନକ  ଓ ଦୁର୍ଭାଗ୍ୟଜନକ ବୋଲି  କହିଛନ୍ତି ଝାରିଆ ବିଧାୟକ ରାଗିଣୀ ସିଂହ। ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି ବୋଲି ଧାନବାଦ ଡିସି ମାଧବୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe