Shocking Incident: କୁକୁର ପାଇଁ ଚାଲିଗଲା ଜୀବନ: ପୋଷା ପ୍ରାଣୀ ପାଇଁ ପ୍ରାଣ ହାରିଦେଲେ ଦୁଇ ଭଉଣୀ...

Advertisment

ନା ବାପା, ନା ଭାଇ, ନା ସ୍ବାମୀ, ନା ପ୍ରେମିକ... କାହା ପାଇଁ ନୁହେଁ କି କେଉଁ ମଣିଷ ପାଇଁ ନୁହେଁ... ବରଂ କୁକୁର ପାଇଁ ବିଷ ପିଇଦେଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବ ଯେ- କୁକୁର ପାଇଁ ଚାଲିଗଲା ଜୀବନ । ପୋଷା କୁକୁର ପାଇଁ ବିଷ ପିଇ ଜୀବନ ହାରିଦେଲେ ୨ ଭଉଣୀ

ନା ବାପା, ନା ଭାଇ, ନା ସ୍ବାମୀ, ନା ପ୍ରେମିକ... କାହା ପାଇଁ ନୁହେଁ କି କେଉଁ ମଣିଷ ପାଇଁ ନୁହେଁ... ବରଂ କୁକୁର ପାଇଁ ବିଷ ପିଇଦେଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବ ଯେ- କୁକୁର ପାଇଁ ଚାଲିଗଲା ଜୀବନ । ପୋଷା କୁକୁର ପାଇଁ ବିଷ ପିଇ ଜୀବନ ହାରିଦେଲେ ୨ ଭଉଣୀ

dog lover

dog lover Photograph: (sambad.in)

ଲକ୍ଷ୍ନୌ: ନା ବାପା, ନା ଭାଇ, ନା ସ୍ବାମୀ, ନା ପ୍ରେମିକ... କାହା ପାଇଁ ନୁହେଁ କି କେଉଁ ମଣିଷ ପାଇଁ ନୁହେଁ... ବରଂ କୁକୁର ପାଇଁ ବିଷ ପିଇଦେଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବ ଯେ- କୁକୁର ପାଇଁ ଚାଲିଗଲା ଜୀବନ । ପୋଷା କୁକୁର ପାଇଁ ବିଷ ପିଇ ଜୀବନ ହାରିଦେଲେ ୨ ଭଉଣୀ । ଏଭ​ଳି ଖବର ଉତ୍ତରପ୍ରଦେଶରୁ ଆସିଥିବା ବେଳେ କୁକୁର ପ୍ରେମର କରୁଣ ପରିଣତି ସବୁଠି ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଆହୁରି ପଢନ୍ତୁ- Prime Minister's National Children's Award: ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ଗଜପତିର ଜ୍ୟୋତ୍ସ୍ନା

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଦୁଇ ଭଉଣୀ ନିଜ ପୋଷା କୁକୁରକୁ ଭାରି ଭଲପାଉଥିଲେ । ଜଣକୁ ୨୨ ବର୍ଷ  ଏବଂ ଅନ୍ୟ ଜଣଙ୍କୁ ୨୪ ବର୍ଷ ହୋଇଥିବା ବେଳେ ଦୁହେଁ ସେମାନଙ୍କ ପୋଷା କୁକୁର ଟୋନିକୁ ଭାଇ ଭଲ ପାଉଥିଲେ । ଜର୍ମାନ ଶେଫର୍ଡ ଟୋନି ସେମାନଙ୍କ ପାଇଁ ଖାଲି କୁକୁର ନଥିଲା ବରଂ ସେମାନଙ୍କ ପାଇଁ ସେ ସବୁକିଛି ଥିଲା । ଯେତେବେଳେ ଟୋନି ଅସୁସ୍ଥ ହେଲା ଏବଂ ଅନେକ ଚିକିତ୍ସା ସତ୍ତ୍ୱେ ତାର ଅବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଲା । ଦୁଇ ଭଉଣୀଙ୍କ ଚିନ୍ତା ଆହୁରି ବଢିଗଲା । ଆଉ କୁକୁରର ଅସୁସ୍ଥତା ସେମାନଙ୍କୁ ଅସହାୟ କରିଦେଲା ଆଉ ଦୁଇ ଭଉଣୀଙ୍କ ପାଇଁ ସବୁକିଛି ଶେଷ ହୋଇଗଲା ପରି ଲାଗିଲା । ଆଉ ଶେଷରେ ସେମାନେ ବିଷ ପିଇବା ପରି ଚରମ ନିଷ୍ପତ୍ତି ନେଇଗଲେ ।

ଆହୁରି ପଢନ୍ତୁ- Thick Blanket Of Fog: ଘନ କୁହୁଡ଼ିର ଚାଦର ତଳେ ଘୁ.ଉଦୟଗିରି, ଥଣ୍ଡାରେ କଲବଲ ଅଞ୍ଚଳବାସୀ

ମାଆ ବଜାରକୁ ଗ୍ରୋସରୀ ସାମଗ୍ରୀ ଆଣିବାକୁ ଦୁହିଁଙ୍କୁ ପଠାଇଥିବା ବେଳେ ଦୁହେଁ ସେଠାରେ ଫିନାଇଲ କିଣି ପିଇଦେଇଥିଲେ ଏବଂ ପରେ ଘରକୁ ଆସି ମାଆକୁ କହିଥିଲେ ଯେ- ଆମେ ଫିନାଇଲ ପିଇଦେଇଛୁ ବୋଲି । ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ ପରେ ପ୍ରଥମ ଜଣେ ଭଉଣୀ ଏବଂ ପରେ ଡାକ୍ତରଖାନା ଅନ୍ୟ ଜଣେ ଭଉଣୀ ଆଖିବୁଜିଥିଲେ ।

ତେବେ କେବଳ କୁକୁର ପାଇଁ ନୁହେଁ ବରଂ ଘରର ପରିସ୍ଥିତି ପାଇଁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସାତ ବର୍ଷ ପୂର୍ବେ ସାନ ଭାଇର ବ୍ରେନ୍ ହେମରେଜ୍ ଯୋଗୁଁ ହଠାତ୍ ମୃତ୍ୟୁ ଘଟିବା ପରେ ବାପା ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହେବା ଏବଂ ପରେ ସେମାନଙ୍କ ଅତି ପ୍ରିୟ କୁକୁର ଟୋନିର ଅସୁସ୍ଥତା ସେମାନଙ୍କ ମାନସିକ ସ୍ଥିତିକୁ ବିଗିଡାଇ ଦେଇଥିଲା । ପରିବାରର ବୋଝ, ଔଷଧ ଖର୍ଚ୍ଚ, ଅନିଶ୍ଚିତ ଭବିଷ୍ୟତ କଥା ଭାବି ଭାବି ଦୁହେଁ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe