ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରବକ୍ତା ତଥା ସାଂସଦ ଜିଭିଏଲ୍‌ ନରସିଂହା ରାଓଙ୍କ ଉପରକୁ ପିଙ୍ଗାହେଲା ଜୋତା; ଭିଡିଓ ଭାଇରାଲ

Advertisment
ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରବକ୍ତା ତଥା ସାଂସଦ ଜିଭିଏଲ୍‌ ନରସିଂହା ରାଓଙ୍କ ଉପରକୁ ପିଙ୍ଗାହେଲା ଜୋତା; ଭିଡିଓ ଭାଇରାଲ

ANI

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ତଥା ସାଂସଦ ଜିଭିଏଲ୍‌ ନରସିଂହା ରାଓ ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ଜୋତା ଫିଙ୍ଗା ଘଟଣାକୁ କେନ୍ଦ୍ର କରି ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଅନ୍ୟପକ୍ଷରେ ଏହି ପୂରା ଘଟଣା ଭିଡିଓରେ କୈଦ ହେବାପରେ ସଂପୃକ୍ତ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜାଣିବାକୁ ମିଳିଛି ଯେ ବିଜେପି ପ୍ରବକ୍ତା ତଥା ସାଂସଦ ଜିଭିଏଲ୍‌ ନରସିଂହା ରାଓ ଆଜି ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୋପାଳ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ୁଥିବା ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଏକ ହଳ ଜୋତା ଫିଙ୍ଗିଥିଲେ। ଜୋତା ଫିଙ୍ଗିଥିବା ବ୍ୟକ୍ତି ଜଣଙ୍କୁ ଶକ୍ତି ଭାର୍ଗବ ଏବଂ ତାଙ୍କ ଘର ନାଗପୁର ବୋଲି ଚିହ୍ନଟ କରା ଯାଇଥିବା ବେଳେ ସେ କେଉଁ କାରଣ ପାଇଁ ବିଜେପି ପ୍ରବକ୍ତା ତଥା ସାଂସଦ ଜିଭିଏଲ୍‌ ନରସିଂହା ରାଓଙ୍କୁ ପିନ୍ଧିଥିବା ଜୋତା ଫିଙ୍ଗିଲେ ତାହା ଜଣାପଡ଼ି ନାହିଁ। ତେବେ, ଦିଲ୍ଲୀ ପୁଲିସ୍‌ ଶକ୍ତି ଭାର୍ଗବଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।


ଏହି ପୂରା ଘଟଣା ଭିଡିଓରେ କୈଦ ହେବାପରେ ସଂପୃକ୍ତ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଥିବା ବେଳେ ଏହି ଘଟଣା ପଛରେ କଂଗ୍ରେସର ହାତ ରହିଥିବା ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe