ପାକିସ୍ତାନ ସଂସଦରୁ ଚୋରି ହେଲା ୨୦ହଳ ଜୋତା: ଯାଞ୍ଚ କରୁଛି ପୁଲିସ

ପାକିସ୍ତାନ ସଂସଦରୁ ଚୋରି ହେଲା ୨୦ହଳ ଜୋତା: ଯାଞ୍ଚ କରୁଛି ପୁଲିସ

ନୂଆଦିଲ୍ଲୀ: ବିବାହ ପାଇଁ ବର କନ୍ୟା ଘରେ ପହଞ୍ଚିଯିବା ପରେ ଜୋତା ଚୋରି କରାଯିବାର ଏକ ପରମ୍ପରା ରହିଛି। ଯାହାକି ଖୁବ ମଜା ଲାଗିଥିଲା। କନ୍ୟାଙ୍କ ଭଉଣୀମାନେ ଭିଣୋଇଙ୍କ ଜୋତା ଚୋରି କରିବା ପରେ କିଛି ପାହୁଣା ଦାବି କରିଥାଆନ୍ତି। ଏହି ପାହୁଣା ମିଳିଗଲେ ସେମାନେ ସମ୍ମାନର ସହ ଭିଣୋଇଙ୍କୁ ଜୋତା ପିନ୍ଧାଇ ଦେଇଥାଆନ୍ତି।  କିନ୍ତୁ ସଂସଦ ବାହାରେ ଜୋତା ଚୋରି ହେବାର ଘଟଣା କେବେ ଶୁଣିଛନ୍ତି କି? ଏହି ଘଟଣା ଏବେ ଖୁବ କୌତୁହଳର ବିଷୟ ପାଲଟିଛି।

ଏମିତି ଏକ ଘଟଣା ପାକିସ୍ତାନରେ ଘଟିଛି।  ପାକିସ୍ତାନର ସଂସଦ ଭିତରେ ଏକ ମସଜିଦ ଅଛି। ଏଠାରେ ପାକିସ୍ତାନର ସାଂସଦ, ସୁରକ୍ଷା କର୍ମୀ ଏବଂ ସାମ୍ବାଦିକମାନେ ନମାଜ ପଢ଼ିବା ପାଇଁ ଯାଇଥାଆନ୍ତି।

ଗତ ଶୁକ୍ରବାର ଦିନ ନମାଜ ପଢ଼ିବା ପାଇଁ ୧୦୦ରୁ ଅଧିକ ଲୋକ ଜୋତା ମସଜିଦ ବାହାରେ ରଖି ନମାଜ ପଢ଼ିବ‌ାକୁ ଯାଇଥିଲେ। ନମାଜ ପଢ଼ା ଶେଷ ହେବାପରେ ସମ୍ବାଦିକ, ବଡ଼ ଅଧିକାରୀ ଓ ସାଂସଦମାନେ ଫେରି ଦେଖିଲା ବେଳକୁ ସେମାନଙ୍କ ଜୋତା ବାହାରେ ନଥିଲେ। ଏପରି ପରେ ମସଜିଦ ବାହାରୁ ୨୦ହଳ ଜୋତା ଗତ ଶୁକ୍ରବାର ଚୋରି ହୋଇଯାଇଥିଲା। ଫଳରେ ଜୋତା ଚୋରି ହୋଇଥିବା ସାମ୍ବାଦିକ ଓ ସାଂସଦଙ୍କୁ ଖାଲି ପାଦରେ ଫେରିବାକୁ ପଡ଼ିଥିଲା।

ଏ ଘଟଣା ବିଷୟରେ ସଂସଦର ବାଚସ୍ପତିଙ୍କୁ ଅବଗତ କରାଯାଇଥିଲା।  ଏହାପରେ ସେ ଏଥିରେ ହସ୍ତକ୍ଷେପ କରି ତଦନ୍ତ ନିର୍ଦ୍ଦେଶ ଦେଇ ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଜୋତା ଚୋରି ହୋଇଥିବା ଘଟଣା ବିଷୟରେ ପଚାରିଥିଲେ। କିନ୍ତୁ  ଏ ଚୋରି ବିଷୟରେ ସୁରକ୍ଷାକର୍ମୀମାନେ କିଛି ଜାଣି ନଥିବା କହିଥିଲେ। ସଂସଦ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe