ଆମେରିକାରେ କେରଳ ଝିଅକୁ ଗୁଳି କରି ହତ୍ୟା

ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ନୂଆଦିଲ୍ଲୀ: ସୋମବାର ଆମେରିକାର ଆଲାବାମାରେ ଜଣେ ୧୯ ବର୍ଷ ବୟସ୍କା କେରଳ ଝିଅକୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ଥିରୁଭାଲାର ମୂଳ ବାସିନ୍ଦା ମାରିୟମ ସୁଜାନ ମାଥ୍ୟୁ ବୋଲି ଜଣା ପଡିଛି। ଖବର ଅନୁଯାୟୀ, ସୁଜାନ ତାଙ୍କ ଘରେ ଶୋଇଥିବା ବେଳେ ଉପର ମହଲାରୁ ଗୁଳି ଛାତ ଫଟାଇ ଆସି ତାଙ୍କ ଦେହରେ ଲାଗିଥିଲା।

ମୋଣ୍ଟଗୋମେରୀ ପୋଲିସ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଦକ୍ଷିଣ-ପଶ୍ଚିମ ଆମେରିକାର ମାଲକାନା ସ୍ଥିତ ଏକ ଚର୍ଚ୍ଚର ଫାଦର ଜନ୍‌ସନ୍‌ ପାପାଚାନ୍ ଏକ ବିବୃତିରେ କହିଛନ୍ତି, ସୁଜାନ୍ ମାଥ୍ୟୁଙ୍କୁ ତାଙ୍କ ଘରର ଉପର ମହଲାରେ ଥିବା ଜଣେ ବ୍ୟକ୍ତି ନିଜ ବନ୍ଧୁକରୁ ଗୁଳି କରିଛନ୍ତି। ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ମାତ୍ର ସାତ ଦିନ ମଧ୍ୟରେ ମୋଣ୍ଟଗୋମେରୀରେ ଏହା ହେଉଛି ଦ୍ୱିତୀୟ ହତ୍ୟାକାଣ୍ଡ। ଏହା ପୂର୍ବରୁ ଗୁରୁବାର ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe