ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ଗିରଫ ପ୍ରଥମ ଅଭିଯୁକ୍ତର ଭିଡିଓ ଭାଇରାଲ

Advertisment

ଧର୍ମରାଜ ରାଜେଶ କାଶ୍ୟପକୁ ପୁଲିସ କାବୁ କରିବାକୁ ପହଞ୍ଚିଥିବା ବେଳେ ସେ ଭୟଭୀତ ହୋଇ ପ୍ରଥମେ ହାତ ଉପରକୁ କରି ଦେଇଥିଲା। ପୁଲିସ ତାକୁ କୌଣସି ଏକ ପାର୍କ ଭଳି ସ୍ଥାନରୁ ଗିରଫ କରୁଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଧର୍ମରାଜ ରାଜେଶ କାଶ୍ୟପକୁ ପୁଲିସ କାବୁ କରିବାକୁ ପହଞ୍ଚିଥିବା ବେଳେ ସେ ଭୟଭୀତ ହୋଇ ପ୍ରଥମେ ହାତ ଉପରକୁ କରି ଦେଇଥିଲା। ପୁଲିସ ତାକୁ କୌଣସି ଏକ ପାର୍କ ଭଳି ସ୍ଥାନରୁ ଗିରଫ କରୁଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି।

frae


ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗତ ଶନିବାର ‌ଗୁଳି କରି ହତ୍ୟା କରାଯିବା ଘଟଣାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟା ସାମ୍ନାକୁ ଆସୁଛି। ୧୨ ଅକ୍ଟୋବର ରାତିରେ ତିନିଜଣ ସୁଟର ବାବା ସିଦ୍ଦିକିଙ୍କ ଉପରେ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଯେଉଁଥିରେ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ସିଦ୍ଦିକିଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗୁରୁମେଲ୍‌ ବଲଜିତ ସିଂହ ଏବଂ ଧର୍ମରାଜ ରାଜେଶ କାଶ୍ୟପଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଅଭିଯୁକ୍ତ ଶିବ କୁମାର ଫେରାର୍ ଅଛି। ଏହି କ୍ରମରେ ଅଭିଯୁକ୍ତ ଧର୍ମରାଜ ରାଜେଶ କାଶ୍ୟପର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ମୁମ୍ବାଇ ପୁଲିସ ଏହି ଗୁଳିକାଣ୍ଡ ଘଟଣାରେ ପ୍ରଥମେ ଗିରଫ କରିଥିଲା।

ଭିଡିଓରେ ଦେଖିବାକୁ ମିଳୁଛି, ଧର୍ମରାଜ ରାଜେଶ କାଶ୍ୟପକୁ ପୁଲିସ କାବୁ କରିବାକୁ ପହଞ୍ଚିଥିବା ବେଳେ ସେ ଭୟଭୀତ ହୋଇ ପ୍ରଥମେ ହାତ ଉପରକୁ କରି ଦେଇଥିଲା। ପୁଲିସ ତାକୁ କୌଣସି ଏକ ପାର୍କ ଭଳି ସ୍ଥାନରୁ ଗିରଫ କରୁଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଧର୍ମରାଜ କଶ୍ୟପ ଉତ୍ତରପ୍ରଦେଶର ବହରାଇଜରେ ବସବାସ କରେ। ଧରାପଡ଼ିବା ପରେ କଶ୍ୟପ ନାବାଳକ ବୋଲି କୁହାଯାଉଥିଲା। ଯାଞ୍ଚ ପରେ ସେ ନାବାଳକ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ସେ ଅନେକ ଦିନ ହେବ ପୁଣେରେ କାମ କରୁଥିବା ବେଳେ କିଛିବର୍ଷ ହେବ ମୁମ୍ବାଇରେ ରହୁଥିଲା। କଶ୍ୟପ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ଥିବା କୁହାଯାଉଛି। 

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାର ଗୋଟିଏ ଦିନ ପରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସଦସ୍ୟ ଏକ ଫେସବୁକ ପୋଷ୍ଟ କରିଥିଲା। ଯେଉଁଥିରେ ଉଲ୍ଲେଖ ଥିଲା କି, ‘ ଆମର କାହାର ସହିତ କୌଣସି ପ୍ରକାର ଶତ୍ରୁତା ନାହିଁ। କିନ୍ତୁ ଯିଏବି ସଲମାନ ଖାନ ଓ ଦାଉଦ ଗ୍ୟାଙ୍ଗର ସାହାଯ୍ୟ କରିବ ସେ ନିଜର ହିସାବକିତାବ କରି ରଖିଥିବ। ଆମେ ପ୍ରଥମେ ଆକ୍ରମଣ କରୁ ନାହିଁ। ଆକ୍ରମଣ କରିବା ପୂର୍ବରୁ ସତର୍କ ହୋଇଯିବାକୁ ଅନେକ ଥର ଚେତାବନୀ ‌ଦେଇଥାଉ। କିନ୍ତୁ ଯିଏ ନମାନ୍ତି ସେମାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଭଳି ହୋଇଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe