ଗୁଳିକାଣ୍ଡ: ୫ ବିଏସ୍‌ଏଫ୍‌ ଯବାନ ନିହତ

ଗୁଳିକାଣ୍ଡ: ୫ ବିଏସ୍‌ଏଫ୍‌ ଯବାନ ନିହତ

Lokmat.com

ଅମୃତସର : ପଞ୍ଜାବରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ ଯବାନ ଅପ୍ରତ୍ୟାଶିତ ଭାବେ ଗୁଳି ମାଡ଼ କରି ୪ ଜଣ ସାଥୀ ଯବାନଙ୍କୁ ହତ୍ୟା କରିଛନ୍ତି। ଏହାପରେ ସଂପୃକ୍ତ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣାରେ ୫ ଯବାନ ନିହତ ହେବା ଘଟଣା ବିଏସ୍‌ଏଫ୍‌ ବାରାକ୍‌ରେ ଆଲୋଡ଼ନ ସୃଷ୍ଟି କରିଛି। ଅମୃତସର-ଅଟାରି ରୋଡ୍‌ରେ ଅବସ୍ଥିତ ବିଏସ୍‌ଏଫ୍‌ ମୁଖ୍ୟାଳୟର ବାରାକ୍‌ରେ ରବିବାର ସକାଳ ୧୦ଟା ୧୫ ମିନିଟ ସମୟରେ ଏଭଳି ଅପ୍ରୀତିକର ଘଟଣା ଘଟିଛି। ନିଜ ବନ୍ଧୁକରୁ ଯବାନ ଜଣଙ୍କ ଗୁଳି ଚାଳନା କରି ଏହି କାଣ୍ଡ ଭିଆଇଛି। ନିଜ ବନ୍ଧୁକରୁ ୪ ଜଣ ଯବାନଙ୍କୁ ଗୁଳି ମାରିବା ପରେ ନିଜ ଦେହରେ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଆହତ ୬ ଯବାନଙ୍କୁ ତୁରନ୍ତ ଗୁରୁ ନାନକ ଦେବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଅଭିଯୁକ୍ତ ଯବାନର ମଧ୍ୟ ମୃତ୍ୟୁ ହୋଇଛି ବୋଲି ଅମୃତସର ଗ୍ରାମାଞ୍ଚଳର ବରିଷ୍ଠ ପୁଲିସ ଏସପି ଦୀପକ ହିଲୋରି କହିଛନ୍ତି।

ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ବିଏସଏଫ କହିଛି। ଗୁଳି ଚାଳନାର କାରଣ ଜାଣିବା ପାଇଁ କୋର୍ଟ ଅଫ ଏନକ୍ବାରିର ଆଦେଶ ଦିଆଯାଇଛି। ଗୁଳିମାଡ଼ରେ ମୃତ ଯବାନଙ୍କ ମଧ୍ୟରେ ହେଡ୍ କନଷ୍ଟେବଳ ଡିଏସ୍‌ ତୋରସାକାର, ହେଡ୍ କନଷ୍ଟେବଳ ବଲଜିନ୍ଦର କୁମାର, କନଷ୍ଟେବଳ ରତନ ଚାନ୍ଦ ରହିଛନ୍ତି।

ଆହତ ଷଷ୍ଠ ଯବାନଜଣଙ୍କ ଚିକିତ୍ସିତ ହେଉଛନ୍ତି। ବିଏସଏଫ ଅଧିକାରୀଙ୍କ କହିବାନୁଯାୟୀ, ୧୪୪ ବାଟାଲିଅନର କନଷ୍ଟେବଳ ସେତେପା ଏସ୍‌କେ ବାରାକରେ ତାଙ୍କ ସାଥୀ ଯବାନଙ୍କ ଉପରକୁ ଗୁଳିଚଳନା କରିଛି। ସେ ୧୪୪ ବାଟାଲିଅନର କାର୍ଯ୍ୟକାରୀ କମାଣ୍ଡାଣ୍ଟ ସତୀଶ ମିଶ୍ରଙ୍କ ଗାଡ଼ି ଉପରକୁ ମଧ୍ୟ ଗୁଳି ଚଳାଇଥିଲା। ତେବେ କମାଣ୍ଡାଣ୍ଟ ଆହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe