କାନାଡାରେ କପିଲ ଶର୍ମାଙ୍କ କ୍ୟାଫେ ଉପରେ ଗୁଳିମାଡ଼

Categories : ଦେଶ- ବିଦେଶ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡା ସ୍ଥିତି କ୍ୟାଫେରେ ଗୁଳିକାଣ୍ଡ ହୋଇଛି।  ଅଜ୍ଞାତ ବନ୍ଧୁକଧାରୀମାନେ କ୍ୟାଫେ୍‌ ଉପରେ ଅଚାନକ ଗୁଳିବର୍ଷା କରି ଫେରାର୍‌ ହୋଇଯାଇଛନ୍ତି।

dgfjgdgjdggjd

Photograph: (Hindustan Times)

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡା ସ୍ଥିତି କ୍ୟାଫେରେ ଗୁଳିକାଣ୍ଡ ହୋଇଛି।  ଅଜ୍ଞାତ ବନ୍ଧୁକଧାରୀମାନେ କ୍ୟାଫେ୍‌ ଉପରେ ଅଚାନକ ଗୁଳିବର୍ଷା କରି ଫେରାର୍‌ ହୋଇଯାଇଛନ୍ତି। ଏହି ଗୁଳିକାଣ୍ଡ ପାଇଁ  ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍‌ ସିଂହ ଲାଡ୍ଡିର ସଂଗଠନ  ନିଜକୁ ଦାୟୀ କରିଛି। ଏଥିରେ  କେହି ମୃତାହତ ହୋଇନଥିବା ଆଶ୍ବସ୍ତିର କାରଣ ହୋଇଛି।  କପିଲ ଶର୍ମା  ଓ ତାଙ୍କ ପତ୍ନୀ ଗିନ୍ନି ଚତରଥ  କାନାଡାରେ  ପ୍ରାୟ ଦୁଇ ବର୍ଷ ତଳେ କ୍ୟାଫେ୍‌  ବ୍ୟବସାୟ ଆରମ୍ଭ କରିଥିଲେ । ଦୁହେଁ ଯେଉଁ କ୍ୟାଫେ ଖୋଲିଥିଲେ, ଯାହାର ନାମ ରହିଛି ‘କ୍ୟାପ୍ସ କାଫେ’।

ଏହି ରେସ୍ତାରାଁ  କଫି ଓ ସ୍ବାଦିଷ୍ଟ ଖାଦ୍ୟ ପାଇଁ ବେଶ୍‌ ଲୋକପ୍ରିୟ। ଏବେ ଗୁଳିମାଡ଼ ଖବର କପିଲଙ୍କ ଫ୍ୟାନ୍‌ଙ୍କୁ ନିରାଶ କରିଛି। ତିନି ଜଣ ଆକ୍ରମଣକାରୀ ଏକ କାର୍‌ରେ ଆସି ଗୁଳିମାଡ଼ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।  ତେବେ ଖଲିସ୍ତାନୀ ଆତଙ୍କବାଦୀମାନେ ହଠାତ୍‌ କ୍ୟାଫେ ଉପରେ କାହିଁକି ଆକ୍ରମଣ କଲେ ଜଣାପଡ଼ିନାହିଁ।   ଅନ୍ୟପକ୍ଷରେ ଏହି ଆକ୍ରମଣ ନେଇ କପିଲ କିମ୍ବା ଗିନ୍ନିଙ୍କ ତରଫରୁ କୌଣସି ବିବୃତି ଜାରି କରାଯାଇନାହିଁ। କପିଲ ଶର୍ମାଙ୍କ ରେସ୍ତାରାଁକୁ କେବଳ ଟାର୍ଗେଟ କରାଯାଇଛି ନା କପିଲ ଶର୍ମାଙ୍କୁ ଧମକ ଦେବା ପାଇଁ ଏଭଳି ଏହି ଗୁଳିକାଣ୍ଡ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । କପିଲ ଶର୍ମା ଏବେ ନିଜର କମେଡି ସୋ ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe