ଆମେରିକାରେ ଗୁଳିକାଣ୍ଡ : ୨ ଏଫ୍‌ବିଆଇ ଏଜେଣ୍ଟ୍‌ ନିହତ, ୩ ଆହତ

Advertisment
ଆମେରିକାରେ ଗୁଳିକାଣ୍ଡ : ୨ ଏଫ୍‌ବିଆଇ ଏଜେଣ୍ଟ୍‌ ନିହତ, ୩ ଆହତ

Insider

ମିଆମି : ଦକ୍ଷିଣ ଫ୍ଲୋରିଡାରେ ଆଜି ଜଣେ ଅପରାଧୀକୁ ଗିରଫ କରିବାକୁ ଯାଇଥିବା ଏଫ୍‌ବିଆଇ ଟିମ୍‌ ଉପରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ଏଫ୍‌ବିଆଇର ୨ ଜଣ ଏଜେଣ୍ଟ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଶିଶୁ ଯୌନ ରୢାକେଟ୍‌ର ମୁଖ୍ୟ ଅଭିଯୁକ୍ତ ସନ୍ଧାନରେ ବାହାରିଥିବା ଏଫ୍‌ବିଆଇ ଟିମ୍‌ ଉପରେ ଅଚାନକ ଜଣେ ବ୍ୟକ୍ତି ସ୍ବୟଂଚାଳିତ ବନ୍ଧୁକରୁ ଗୁଳି ବର୍ଷା କରିଥିଲା। ଘଟଣାସ୍ଥଳରେ ହିଁ ୨ ଏଜେଣ୍ଟ୍‌ଙ୍କ ମୃତ୍ୟୁ ଘଟିଥିବା ମିଆମି ସ୍ପେସାଲ୍‌ ଏଜେଣ୍ଟ୍‌ ମାଇକେଲ ଲେଭିରକ୍‌ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏନ୍‌କାଉଣ୍ଟରରେ ଆକ୍ରମଣକାରୀ ମଧ୍ୟ ନିପାତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe