ଇସ୍ଲାମ୍ବାଦ୍: ବେଳେ ବେଳେ ଗୋଟାଏ ଫୋନ୍ କଲ୍ ଯେ ଏତେ ଖୁସି ଦେଇପାରେ ତାହା ବ୍ୟକ୍ତ କରିବା ମୁସ୍କିଲ୍। ଆପଣଙ୍କୁ ବି ହୁଏତ କୌଣସି ଖୁସି ଖବର କେବେ ନା କେବେ ଫୋନ୍ ମାଧ୍ୟମରେ ମିଳିଥିବ। ପାକିସ୍ତାନର ଜଣେ ମହିଳାଙ୍କୁ ଜଣେ ଦୋକାନୀ ଫୋନ୍ କରିବା ପରେ ସେ ଖୁସିରେ ଝୁମି ଉଠିଲେ। ହେଲେ ଦୋକାନୀ ଜଣକ ଏପରି କ’ଣ କହିଲେ ଯେ ମହିଳା ଜଣକ ଏତେ ଖୁସି ହୋଇଗଲେ।
ଘଟଣାଟି ଏପରି, ପାକିସ୍ତାନର ଉକ୍ତ ମହିଳା ଜଣକ ୩ ବର୍ଷ ତଳେ ବିମାନବନ୍ଦରରେ ନିଜ ବ୍ୟାଗ୍ ହଜାଇ ଦେଇଥିଲେ। ମହିଳା ଜଣକ ବ୍ୟାଗ୍କୁ ପୁଣି ଥରେ ଫେରି ପାଇବାର ଆଶା ଛାଡ଼ି ଦେଇଥିଲେ। ସେହି ବ୍ୟାଗ୍ରେ ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣପତ୍ର ସବୁ ଥିଲା।
ମହିଳା ଜଣକ ବ୍ୟାଗ୍କୁ ଫେରି ପାଇବାର ଆଶା ଛାଡ଼ି ଦେଇଥିବା ବେଳେ ୩ ବର୍ଷ ପରେ ଯେତେବେଳେ ଜଣେ ଦୋକାନୀ ଫୋନ୍ କରି ତାଙ୍କ ବ୍ୟାଗ୍ ପାଇଥିବା କଥା କହିଲେ ତ ମହିଳା ଖୁସିରେ ଝୁମି ଉଠିଲେ।
ମହିଳା ତାଙ୍କର ଏହି କାହାଣୀକୁ ଟ୍ବିଟର୍ରେ ସେୟାର୍ କରିବା ପରେ ସମସ୍ତେ ଏବେ ଦୋକାନୀଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ପାକିସ୍ତାନର ଲହୋରର ବାସିନ୍ଦା ଖଜିଦା ନାମ୍ନୀ ଏହି ମହିଳା ତାଙ୍କର ପୂରା କାହାଣୀକୁ ଟ୍ବିଟର୍ରେ ଲେଖିଛନ୍ତି। ତାଙ୍କ ବ୍ୟାଗ୍ରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଆଇପ୍ୟାଡ୍ ଓ ହାର୍ଡଡିସ୍କ ପରି ଦାମୀ ସାମଗ୍ରୀ ମଧ୍ୟ ଥିଲା। ଦୋକାନୀ ଜଣକ ବ୍ୟାଗ୍ରେ ଥିବା ହାର୍ଡଡିସ୍କରୁ ଖଜିଦାଙ୍କ ଫୋନ୍ ନମ୍ବର ପାଇ ତାଙ୍କୁ କଲ୍ କରିଥିଲେ।
Follow Us